Latest Odisha News

BREAKING NEWS

ସାପ ଡ଼୍ରେସ ପିନ୍ଧି ଅଡ଼ିସନକୁ ଗଲେ ଅଭିନେତ୍ରୀ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ସାପ ଡ଼୍ରେସ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ନାଗିନ୍ ୭ ଅଡ଼ିସନକୁ ସାପ ଡ଼୍ରେସ ପିନ୍ଧି ଯାଇଥିବା ନଜରକୁ ଆସଛନ୍ତିି । ସେ ତଳେ ସବୁଜ ରଙ୍ଗର ଏକ ସ୍କଟ୍ ପିନ୍ଧିଥିବା ବେଳେ ଟପ୍ ବଦଳରେ ସାପ ପରି ଧାତବ କ୍ରିଏଟିଭ୍ ବ୍ଲାଉଜ୍ କମ ବ୍ରାଲେଟ୍ ପିନ୍ଧିଛନ୍ତି । ଏଥିରେ ତାଙ୍କ ଲୁକ୍ ବହୁତ ବୋଲ୍ଡ ଦେଖାଯାଉଛି । ଏହି ଭିଡ଼ିଓକୁ ଦେଖି ଅନେକ ଉପଭୋକ୍ତା କଡ଼ା ମନ୍ତବ୍ୟ ଦେଇଛନ୍ତି । କେହି କେହି ତାଙ୍କୁ ଇଛାଧାରୀ ସାପ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି ।

ଉର୍ଫି ଏପରି ଜଣେ ଅଭିନେତ୍ରୀ ଯିଏ ପ୍ରାୟତଃ ଅଜବ ପୋଷାକ ପିନ୍ଧନ୍ତି ଏବଂ ତାର ଫଟୋ ଓ ଭିଡ଼ିଓକୁୁ ନିଜେ ସୋସିଆଲ ମିଡିଆରେ ସେୟାର କରନ୍ତି । ଛୋଟ ପରଦାରେ କ୍ୟାରିଅର୍ ଆରମ୍ଭ କରି ଉର୍ଫି ଜାଭେଦ୍ ଏବେ ସୋସିଆଲ୍ ମିଡିଆ ସେନ୍େସସ୍ ପାଲଟିଛନ୍ତି । ଅନେକ ଲୋକ ତାଙ୍କ ପୋଷାକ ହେତୁ ତାଙ୍କୁ ଟ୍ରୋଲ କରୁଥିବାବେଳେ ଅନେକ ତାଙ୍କ ଚେହେରାକୁ ବି ପସନ୍ଦ କରନ୍ତି ।

 

Leave A Reply

Your email address will not be published.