Latest Odisha News

BREAKING NEWS

କୋର୍ଟରେ ହାଜର ହେଲେନି ଅନୁଭବ, ବ୍ୟକ୍ତିଗତ କାରଣ ଦର୍ଶାଇ ମାଗିଲେ ସମୟ

କଟକ: ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣିରେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଅନୁଭବ । ହେଲେ ଆଜି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେନି ସାଂସଦ ଅନୁଭବ ମହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଲେ ଅନୁଭବ ।

ତାଙ୍କ ଆବେଦନକୁ ବିଚାର କରି କୋର୍ଟ ସମୟ ଦେଇଛନ୍ତି । ତେଣୁ ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି । ବର୍ଷାଙ୍କ ଦ୍ୱାରା ଦାଏର ମାମଲାର ଉପରେ ଆଜି କୋର୍ଟ ଚାର୍ଜଫ୍ରେମ କରିବାର ଥିଲା ।

ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ ।

ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ । ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି । ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଗତକାଲି ଶୁଣାଣି ହୋଇଥିଲା ।

Leave A Reply

Your email address will not be published.