Latest Odisha News

BREAKING NEWS

ନାଁ ମୁଲାୟମ..କିନ୍ତୁ ରାଜନୀତିରେ ନେଉଥିଲେ କଠୋର ନିଷ୍ପତି

ନୂଆଦିଲ୍ଲୀ:ରାଜନୀତି ଆଖଡାରେ ପ୍ରତିଷ୍ଠିତ ପହିଲମାନ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଯାଇଛି । ୨୫ ବର୍ଷର ରାଜନୈତି କ୍ୟାରିୟରରେ ମୁଲାୟମ ୫ଥର ଦଳ ବଦଳାଇବା ପରେ ଶେଷରେ ନିଜ ପାର୍ଟି ତିଆରି କରିଥିଲେ । ୧୯୬୭ରେ ସୋସଲିଷ୍ଟ ପାର୍ଟି ଟିକେଟରେ ଲଢ଼ି ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ । ଏହାର ୨ ବର୍ଷ ପରେ ସଂଯୁକ୍ତ ସୋସଲିଷ୍ଟ ପାର୍ଟି ଟିକେଟରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । କିଛି ଦିନ ନୀରବ ହୋଇଯିବା ପରେ ୧୯୭୪ରେ ଭାରତୀୟ କ୍ରାନ୍ତି ଦଳର ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ । ୧୯୭୫ ଏର୍ମଜେନ୍ସି ପରିୟଡ ପରେ ସେ ୭୬ରେ ଜନତା ଦଳ ପକ୍ଷରୁ ଲଢ଼ି ପ୍ରାର୍ଥୀ ଏବଂ ପରେ ମନ୍ତ୍ରୀ ହୋଇଥିଲେ । ଏହିଠାରୁ ତାଙ୍କ ରାଜନୈତିକ ଉତଥାନ ଆରମ୍ଭ ହୋଇଥିଲା । ତେବେ ୮୦ରେ ଜନତା ପାର୍ଟି ସିକ୍ୟୁଲାରରେ ଲଢ଼ି ପରାଜିତ ହୋଇଥିଲେ । ଏହି ପାର୍ଟି ଚୌଧୁରୀ ଚରଣ ସିଂ ଗଠନ କରିଥିଲେ । ତେବେ ଏହି ପରାଜୟ ନେଇ ପରୋକ୍ଷରେ ଚୌଧୁରୀ ଚରଣଙ୍କୁ ଦାୟୀ କରାଯାଇଥିଲା । ଏହା ପରେ ସେ ଲୋକ ଦଳ ଏବଂ ଜନତା ଦଳ ଟିକେଟରେ ଲଢ଼ି ବିଧାନସଭା ଯାଇଥିଲେ ।

ଭିପି ସିଂଙ୍କ ସରକାର ପତନ ହେବା ପରେ ୧୯୯୦ରେ ଜନତା ଦଳ (ସମାଜବାଦୀ)ରେ ସେ ଯୋଗ ଦେଇଥିଲେ । ୧୯୯୧ରେ ୟୁପିରେ ମଧ୍ୟବର୍ତୀକାଳୀନ ନିର୍ବାଚନ ହୋଇଥିଲା । ଏଥିରେ ସେ ଜନତା ଦଳ ପକ୍ଷରୁ ଲଢ଼ିଥିଲେ । ଶେଷରେ ୧୯୯୨ରେ ନିଜର ସମାଜବାଦୀ ପାର୍ଟି ଗଠନ କରିଥିଲେ । ୫୦ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଥିଲେ । ୧୯୯୩ରେ ସୁଶ୍ରୀ ମାୟାବତୀଙ୍କ ସହ ମିଶି ଏକତ୍ର ଲଢ଼ିଥିଲେ ଏବଂ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Leave A Reply

Your email address will not be published.