Latest Odisha News

BREAKING NEWS

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇକୁ ୫ଥର ଚାମ୍ପିୟନ କରାଇଥିବା ରୋହିତ ଶର୍ମା ଏହି ସିଜନ ପାଇଁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ନିକଟରେ ହାର୍ଦ୍ଦିକ ଗୁଜରାଟ ଟାଇଟାନ୍ସରୁ ଟ୍ରେଡିଂ ମାଧ୍ୟମରେ ମୁମ୍ବାଇକୁ ଆସିଥିଲେ । ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ହାର୍ଦ୍ଦିକ ମୁମ୍ବାଇ ପକ୍ଷରୁ ଖେଳିଥିଲେ । ୨୦୨୨ରେ ସେ ଗୁଜରାଟ ଟାଇଟନ୍ସର ଅଧିନାୟକ ହେବା ସହ ଦଳକୁ ଚାମ୍ପିୟନ ମଧ୍ୟ କରାଇଥିଲେ । ରୋହିତ ୨୦୧୩ରେ ମୁମ୍ବାଇର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ ।

ସେ ଓଭରାଲ ୧୧ ସିଜନରେ ଦଳର ନେତୃତ୍ୱ ନେଇ ୫ଥର ଚାମ୍ପିୟନ କରାଇଥିଲେ । ଆଇପିଏଲ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଓ ରୋହିତଙ୍କୁ ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚନା କରାଯାଏ । ରୋହିତ ୧୫୮ ମ୍ୟାଚରେ ଦଳର ନେତୃତ୍ୱ ନେଇ ୮୭ ମ୍ୟାଚରେ ବିଜୟୀ କରାଇଛନ୍ତି । ୩ଟି ସିଜନ ହେବ ମୁମ୍ବାଇ ଟାଇଟଲ ହାସଲରେ ବିଫଳ ହୋଇଛି । ୨୦୨୨ରେ ମୁମ୍ବାଇ ଶେଷ ସ୍ଥାନରେ ଏବଂ ୨୦୨୩ରେ ପ୍ଲେ ଅଫରୁ ବିଦା ନେଇଥିଲା ।

Leave A Reply

Your email address will not be published.