Latest Odisha News

BREAKING NEWS

ସଜନା ଛୁଇଁ ତୋଳିବାକୁ ନେଇ ହତ୍ୟାକାଣ୍ଡ;୫ ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର

କେନ୍ଦ୍ରାପଡ଼ା:ସାମାନ୍ୟ ସଜନା ଛୁଇଁ ପାଇଁ ହତ୍ୟାକାଣ୍ଡ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଇଶାଣୀପଲ୍ଲୀ ଗାଁରେ ସଜନା ତୋଳିବାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି । ଦୁଇ ସମ୍ପର୍କୀୟ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା ପରେ ହଣାକଟା ଯାଏଁ କଥା ଯାଇଛି । ଏହି ଘଟଣାରେ ରାଜନଗର ପୋଲିସ ୨ଟି ମାମଲା ରୁଜୁ କରି ଉଭୟ ପକ୍ଷର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଥାଉକି, ଗୋଟିଏ ପରିବାର ଗୁଣ୍ଡା ଲଗାଇ ଅନ୍ୟ ପରିବାର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଜଣେ ଭଡ଼ାଟିଆ ଆକ୍ରମଣକାରୀଙ୍କ ଜୀବନ ଯାଇଛି ।

କିଛି ଅଭିଯୁକ୍ତ ଫେରାର ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ବୋଲି ରାଜନଗର ଆଇଆଇସି କହିଛନ୍ତି ।

Leave A Reply

Your email address will not be published.