Latest Odisha News

BREAKING NEWS

ଆସାମର ରହସ୍ୟମୟ ଗାଁ ମେୟଙ୍ଗ, ଯେଉଁ ଗାଁ’ରେ ତନ୍ତ୍ର ବଳରେ ମଣିଷ ହୋଇଯାଏ ପଶୁ !

ଭୁବନେଶ୍ୱର: ବିଜ୍ଞାନର ଜୟଯାତ୍ରା ଯେତେ ଯେତେ ଶୀର୍ଷସ୍ଥାନକୁ ଯାଉଛି, ଅନ୍ଧବିଶ୍ୱାସ ତଥା ପାରମ୍ପରିକ କଳା କୌଶଳ ବା କଳାଯାଦୁ ଉପରେ ବିଶ୍ୱାସ ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ଆସାମର ମେୟଙ୍ଗ ନାମକ ଏକ ଗାଁ’ର ମନ୍ତ୍ରତନ୍ତ୍ର ତଥା କଳାଯାଦୁ ବିଦ୍ୟାରେ ଧୁରନ୍ଦର ବ୍ୟକ୍ତିମାନଙ୍କର ଅଦ୍ଭୁତପୂର୍ବ କଳା କାରନାମା ଆଜି ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି । ଆସନ୍ତୁ ଯିବା ଆସାମ ଦେଶର ଉତ୍ତରପୂର୍ବ ରାଜ୍ୟ ଅାସାମକୁ । ଏହି ରାଜ୍ୟର ମୋରିଗାଓଁ ଜିଲ୍ଲାରେ ରହିଛି ଏକ ଗାଁ ମେୟଙ୍ଗ । ଯାହାକୁ THE LAND OF BLACK MAGIC ବା କଳାଯାଦୁର ସ୍ଥାନ କୁହାଯାଏ । ଆପଣ ଏହି ଗାଁକୁ ଗଲେ ଦେଖିବାକୁ ପାଇବେ ପ୍ରାୟ ଅନେକ ସ୍ଥାନରେ ଯାଦୁବିଦ୍ୟାରେ ଲୋକ ମାନେ ଲିପ୍ତ ଥିବେ । ଏହି ଗାଁର ଲୋକମାନେ କିନ୍ତୁ ଅଧିକ ବିଶ୍ୱାସ କରନ୍ତି ମନ୍ତ୍ରତନ୍ତ୍ର ଓ ଯାଦୁବିଦ୍ୟାରେ ।

କିପରି ଓ କାହିଁକି ଏହି ଯାଦୁବିଦ୍ୟା ସମ୍ଭବ ହୋଇପାରୁଛି ତାହା ରହସ୍ୟମୟ ହୋଇଥିଲେ ମଧ୍ୟ ଏହା ବିଜ୍ଞାନସମ୍ମତ କି ନୁହେଁ ତାହା ଅନେକ ବିଦେଶୀ ବୈଜ୍ଞାନିକଙ୍କୁ ଆଜିଯାଏ ରହସ୍ୟାବୃତ କରି ରଖିଛି । କେହିକେହି ମେୟଙ୍ଗ୍‌ ସଂସ୍କୃତ ଶଦ୍ଦ ମାୟା ସହ ସଂପର୍କ ରଖିଥିବା କଥା ମତ ଦେଇଥାନ୍ତି ।ମାୟା ସାଧାରଣତଃ ଯାଦୁବିଦ୍ୟାର ଏକ ଅଶଂ ବୋଲି ମଧ୍ୟ ଗ୍ରହଣ କରାଯାଏ । ମାତୃଶକ୍ତି ସହ ଏହି ସ୍ଥାନର ବିଶେଷ ସଂପର୍କ ରହିଛି । କାରଣ ଯାଦୁ ବା ତନ୍ତ୍ରମନ୍ତ୍ର ସାଧନା ପାଇଁ ମାତୃଶକ୍ତିଙ୍କ ଆରାଧନା କରାଯାଇଥାଏ । ମଣିପୁରର ମୋଇରାଙ୍ଗ୍‌ ଜନଜାତିର ଲୋକମାନେ ଏହି ସ୍ଥାନରେ ବସବାସ କରୁଥିଲେ  କାଳକ୍ରମେ ଏହି ମୋଇରାଙ୍ଗ୍‌ ଶଦ୍ଦ ଅପଭ୍ରଂଶ ହୋଇ ମେୟଙ୍ଗରେ ପରିଣତ ହୋଇଛି । ତେବେ ଏହି ଗାଆଁ ବିଶେଷ ଭାବରେ ଖ୍ୟାତି ଲାଭ କରିଛି କଳା ଯାଦୁ ପାଇଁ ଏପରିକି ଏହି ଗଁାର ବର୍ଣ୍ଣନା  ବିଭିନ୍ନ ପୁରାଣରେ କରାଯାଇଥିବା କଥା ବିଶ୍ୱାସ କରାଯାଏ ।

ସୂଚନା ଅନୁସାରେ ମାହାଭାରତରେ  ବର୍ଣ୍ଣିତ ଚରିତ୍ର ଘଟୋତ୍କଚ ଏହି ସ୍ଥାନ ର ବୋଲି ବିଶ୍ୱାସ କରାଯାଏ । ମହାଭାରତ ଯୁଦ୍ଧରେ ଘଟୋତ୍କଚ ଅନେକ ଯାଦୁ ପ୍ରୟୋଗ କରିଥିବା ମଧ୍ୟ ମହାଭାରତ ଗ୍ରନ୍ଥରେ ବର୍ଣ୍ଣନା  ରହିଛି । କୁହାଯାଏ ଯେ ଏ ପର୍ଯ୍ୟନ୍ତ ମଧ୍ୟ କଳାଯାଦୁ କରୁଥିବା ସାଧକ ମାନେ ମେୟଙ୍ଗର ଜଙ୍ଗଲ ଭିତରେ ରହିଛି । ସେମାନେ  କଳାଯାଦୁ ଦ୍ୱାରା ମଣିଷ ମାନଙ୍କୁ ପଶୁରେ ପରିଣତ କରିଦେଉଛନ୍ତି । ଆପଣ ଭାବନ୍ତୁ କେତେ ରହସ୍ୟମୟ ଏ ଭାବନା ।

ଆଜି ମଣିଷ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନ କୌଶଳ ବଳରେ ଚନ୍ଦ୍ରରେ ପହଞ୍ଚି ସୌର ମଣ୍ଡଳରେ ପହଞ୍ଚିବାକୁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଆସାମର ଏହି କଳାଯାଦୁ ଲାଗି ପ୍ରସିଦ୍ଧି ଲାଭ କରିଥିବା ମେୟଙ୍ଗ ଗ୍ରାମକୁ ବିଭିନ୍ନ ଦେଶ ତଥା ରାଜ୍ୟରୁ ଛୁଟି ଆସିଥାଆନ୍ତିି ଅସଂଖ୍ୟ ସଂଖ୍ୟାରେ ବୁଦ୍ଧିଜୀବୀ ତଥା ବିଜ୍ଞାନକୁ ନେଇ ଗବେଷଣା କରୁଥିବା ଅନେକ ବିଶାରଦ । ଆପଣ  ଦେଖିବାକୁ ପାଇବେ ପ୍ରାୟ  ଘରେ ଯାଦୁବିଦ୍ୟାର ଅଭ୍ୟାସ କରୁଥିବେ ଅଧିବାସୀ ମାନେ । ସେମାନେ ବର୍ଷବର୍ଷ ଧରି ଏହି କଳାଯାଦୁ ବଂଶାନୁକ୍ରମିକ ଭାବେ କରୁଛନ୍ତି ।

ଏହି ଗାଆଁକୁ ଦେଖିବା ପାଇଁ ଏବେ ଅନେକ ପର୍ଯ୍ୟଟକ ମାନେ ଆସିଥାଆନ୍ତି । ବିଭିନ୍ନ ସମୟରେ ଏହି କଳାଯାଦୁରେ ବିଶ୍ୱାସ କରୁଥିବା ଲୋକ ମାନେ ମଧ୍ୟ ଏହି ଗଁାକୁ ଆ ସିଥାନ୍ତି ।ବିଜ୍ଞାନର ଏତେ ଉନ୍ନତି ହୋଇ  ମଣିଷ ମହାକାଶରେ ପହଁଚି ସାରିଥିଲେ ମଧ୍ୟ ମେୟଙ୍ଗ୍‌ର ର ଅଧିବାସୀ ମାନଙ୍କର ଏପରି ବିଶ୍ୱାସ ନିହାତି ମନରେ ଦ୍ୱନ୍ଦ ସୃଷ୍ଟି କରୁଛି ।

କିନ୍ତୁ ଏବେବି ବିଜ୍ଞାନର ବିଶାରଦ ମାନଙ୍କ ମନରେ କୁହେଳିକା ସୃଷ୍ଟି କରିଥାଏ ଏହି ଗାଁ’ର ତାନ୍ତ୍ରୀକମାନଙ୍କର କଳା କାରନାମାର କମାଲ୍ ଦେଖି । ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥାଆନ୍ତି ମନ୍ତ୍ରତନ୍ତ୍ରକୁ ନେଇ ଏହିସବୁ ଅଦ୍ଭୁତପୂର୍ବ କଳାଯାଦୁକୁ ନେଇ ।

Leave A Reply

Your email address will not be published.