Latest Odisha News

BREAKING NEWS

ଚନ୍ଦକା ଟ୍ରେଲ୍ ଜରିଆରେ ପ୍ରକୃତି ସହ ପୁନଃ ସମ୍ପର୍କ ସ୍ଥାପନ

ଭୁବନେଶ୍ୱର: ଦକ୍ଷିଣରେ ଦୟା ନଦୀ ଓ ପୂର୍ବରେ କୁଆଖାଇ ନଦୀ ଦ୍ୱାରା ପରିବେଷ୍ଟିତ ଭୁବନେଶ୍ୱରରେ ଅତୁଳନୀୟ ସମୃୃଦ୍ଧ ଜୈବ ବିବିଧତା ରହିଛି, ଯେଉଁଥିରୁ ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟ ଓ ନନ୍ଦନକାନନ ଜୀବବିଜ୍ଞାନ ପାର୍କ ହେଉଛି ସଫଳତମ ସଂରକ୍ଷଣ କାହାଣୀର ଭିନ୍ନ ସ୍ଥଳ । ଅତି ଯତ୍ନର ସହିତ ପ୍ରସ୍ତୁତ କରାଯାଇଥିବା ଚନ୍ଦକା ପ୍ରାକୃତିକ ଟ୍ରେଲ୍ରେ ଯେକେହି ଏହାକୁ ଅନୁଭବ କରିପାରିବେ ଓ ବଣକୁ ଦେଖି ଖୁସିହେବେ ।

ଚନ୍ଦକା ପ୍ରକୃତି ଟ୍ରେଲ୍ ସାଇକେଲ୍ ନେଇ ବାହାରିବା ବେଳେ ସକାଳର ସତେଜତା ସହିତ ଚନ୍ଦକାର ମନୋରମ ସୌନ୍ଦର୍ଯ୍ୟର ଅନୁଭୂତି ହାସଲ କରିହେବ । ପ୍ରାଚୀନ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଖାପାଖି ୧୯୩ ବର୍ଗ କିଲୋମିଟର ବ୍ୟାପୀଛି । ପାଠ୍ୟପୁସ୍ତକରେ ଲେଖାଥିବା ଅସୀମ ଅଭୟ ଅରଣ୍ୟର ଏହା ଏକଦା ଅଂଶ ଥିଲା ଯାହା ଓଡ଼ିଶାକୁ କେନ୍ଦ୍ର ଭାରତ ସହ ଯୋଡ଼ୁଥିଲା । ୧୯୮୨ ମସିହାରେ ଏହାକୁ ହାତୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା । ଭୁବନେଶ୍ୱର ଠାରୁ ୨୬ କିଲୋମିଟର ଦୂରରେ ଅବସ୍ଥିତ ଏହି ଅର୍ଦ୍ଧ ଚିର ସବୁଜ ଜଙ୍ଗଲ ଭୁବନେଶ୍ୱରର ଫୁସଫୁସ ଭାବେ କାମ କରୁଛି । ଏହି ଜଙ୍ଗଲ ହେଉଛି ପୂର୍ବ ଘାଟ ପର୍ବତମାଳାର ଉତର ପୂର୍ବର ଶେଷ ସୀମା ।

ଚନ୍ଦକା ପ୍ରକୃତି ଟ୍ରେଲ୍ ବର୍ଦ୍ଧିତ ପ୍ରକୃତି ପ୍ରେମୀ ଓ ଉତ୍ସାହୀମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ଓ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତରେ ପ୍ରକୃତି ନିର୍ବାହ କରୁଥିବା ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବାରେ ଏହା ସହାୟକ ହେବ । ଚନ୍ଦକାର ଭିତରେ ଦୁଇଟି ପହଂଚି ହେଉଥିବା ସ୍ଥାନରୁ ଏହି ଅଭୟାରଣ୍ୟ ଆପଣମାନଙ୍କୁ ଚନ୍ଦକା ପ୍ରକୃତିରେ ଥିବା ଭଣ୍ଡାରର ଅନୁଭୂତିି ହାସଲ କରିବା ସୁଯୋଗ ପ୍ରଦାନ କରିବ । ଏହି ଟ୍ରେଲ୍କୁ ଆରାମରେ ଶେଷ କରି ହେବ ଯାହାର ପଦଯାତ୍ରା ଦୂରତା ହେଉଛି ୬-୮ କିଲୋମିଟର ଓ ଏହା ମଝିରେ ଏକାଧିକ ରହଣୀ ସ୍ଥଳ ରହିଛି ଯେଉଁଠାରେ ଜଙ୍ଗଲର ବିଶିଷ୍ଟ ଦିଗଗୁଡ଼ିକୁ ବୁଝାଇ ହେବ ଓ ରିଫ୍ରେସମେଂଟ୍ ସୁବିଧା ମଧ୍ୟ ହାସଲ କରାଯାଇପାରିବ । ଟପୋଗ୍ରାଫିକାଲ ମାଷ୍ଟରପିସ୍ର ଇତିହାସ ବିବରଣୀ ଜାଣିବା ବ୍ୟତୀତ ଆପଣମାନେ ବନ୍ୟଜୀବନ ଫଟୋଗ୍ରାଫିର ମଧ୍ୟ ବିଶେଷ ସୁଯୋଗ ପାଇପାରିବେ ।

ପ୍ରତି ରବିବାର ସକାଳ ୬ ଟା ୩୦ ମିନିଟ୍ରେ ଗୋଡ଼ିବାରି ପ୍ରବେଶ ପଥରୁ ଚନ୍ଦକାର ପଦଯାତ୍ରା ଆୟୋଜନ କରାଯାଉଛି । ଏହି ପଦଯାତ୍ରା ପାଇଁ https://www.facebook.com/bhubaneswarnaturewalk  ଅନଲାଇନ୍ ପଂଜୀକରଣ କରିହେବ ଓ ପ୍ରକୃତିର ମ୍ୟାଜିକ ଅନୁଭୂତିି ହାସଲ କରିବା ପାଇଁ ସାଇନ୍ ଅପ୍ କରିହେବ ।

Leave A Reply

Your email address will not be published.