Latest Odisha News

BREAKING NEWS

[ଭିଡିଓ] ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଲଳିତ ଆତ୍ମହତ୍ୟା କରିଛି ବୋଲି କହିଲେ ବାପା ଓ ଭାଇ

ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଜି ମୃତ ଲଳିତ ସାହୁଙ୍କ ବାପା ବେଳାରସେନ ସାହୁ ଓ ଭାଇ ବିରଞ୍ଚି ସାହୁ ଝାରସୁଗୁଡା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବା ସହ ଲଳିତ ଆତ୍ମହତ୍ୟା କରିଥିବା କଥା ସ୍ୱିକାର କରିଛନ୍ତି ବାପା ଓ ଭାଇ  ।

ମୋ ପରିବାର ବର୍ତ୍ତମାନ ମାନସିକ ଯନ୍ତ୍ରଣାରେ ରହିଛି ।ଏହାକୁ ନେଇ ରାଜନୀତି କରାଯାଉଛି ବୋଲି ବାପା ବେଳାରସେନ ସାହୁ କହିଛନ୍ତି । ମୁଁ ଅସୁସ୍ଥ ମୋର କିଛି ହେଲେ ବି ହେଲେ ଏମାନେ ଦାୟୀ ରିହିବେ ବୋଲି ଗଣମାଧ୍ୟମ ସାମ୍ନାରେ ଲଳିତଙ୍କ ବାପା  କହିଛନ୍ତି ।

ପୋଲିସ ଠିକ ରୂପେ ତଦନ୍ତ ଜାରି ରଖିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ରୋଷେୟା ଲଳିତ ସାହୁ ମୃତ୍ୟୁକୁ ନେଇ ଗତ କଛି ଦିନ ହେଲା ବିଜେପି ତୁମ୍ଭି ତୋଫାନ କରୁଥିବା ସହ ବିଜେପି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଭୂମିକାକୁ ସନ୍ଦେହ କରିବା ସହ ପୋଲିସ ରାତି ଅଧିଆ ଶବ ବ୍ୟବଚ୍ଛେଦ କରିଥିଲା ।ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ଦାବି କରିଛି ବିଜେପି ।

 

Leave A Reply

Your email address will not be published.