Latest Odisha News

BREAKING NEWS

ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ ଏବେ ସମସ୍ତଙ୍କ ମନ ମୋହୁଛି । ତାଙ୍କ ଶାସନର ୭୦ ବର୍ଷ ପୂର୍ତି ଅବସରରେ ବାର୍ବି ଡଲ ପ୍ରସ୍ତୁତ କରୁଥିବା କମ୍ପାନୀ ମେଟେଲ ଏହି ରୟାଲ ବାର୍ବି ତିଆରି କରିଥିଲା । ମହାରାଣୀଙ୍କ ୯୬ତମ ଜନ୍ମ ଦିବସ ଅବସରରେ ଏହି କଣ୍ଢେଇର ବଜାର ପ୍ରବେଶ ହୋଇଥିଲା । ୬ ଫେବୃୟାରୀ୧୯୫୨ରେ ପିତା ତଥା ରାଜା ଜର୍ଜଙ୍କ ମୃତ୍ୟୁ ପରେ ଏଲିଜାବେଥ ବ୍ରିଟେନ ଶାସନଭାର ସମ୍ଭାଳିଥିଲେ ।

ସେ ବ୍ରିଟେନ ଇତିହାସରେ ସବୁଠାରୁ ଅଧିକ ଦିନ ଶାସନ କରିଥିବା ମହିଳା ଶାସକ ଅଟନ୍ତି । ସେ ଏବେ ଅସୁସ୍ଥ ରହୁଥିବାରୁ ବଡ ପୁଅ ତଥା ଉତରଧିକାରୀ ପ୍ରିନ୍ସ ଚାର୍ଲସ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି । ଲଣ୍ଡନର ହେରାଡସ, ସେଲ୍ଫିଜ ଓ ହ୍ୟାମଲିଜରେ ମହାରାଣୀଙ୍କ କଣ୍ଢେଇ ବିକ୍ରି ହେବ ।

Leave A Reply

Your email address will not be published.