Latest Odisha News

BREAKING NEWS

ରନ୍ଧା ହୋଇନଥିଲା ଅଣ୍ଡା ତରକାରୀ, ଘଟିଗଲା ହତ୍ୟାକାଣ୍ଡ !

ମହାରାଷ୍ଟ୍ର: ବରାଦ ମୁତାବକ ରନ୍ଧା ହୋଇନଥିଲା ମନ ପସନ୍ଦର ବ୍ୟଂଜନ । କ୍ରୋଧ ଜର୍ଜରିତ ମାନସିକତା ଘଟାଇଥିଲା ବର୍ବର କାଣ୍ଡ । ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ମହାରାଷ୍ଟ୍ର ନାଗପୁରରେ ସାଧାରଣ ଅଣ୍ଡା ତରକାରି ପାଇଁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ।

ଶନିବାର ନିଜ ବନ୍ଧୁ ବନାରସିକୁ ସାମାନ୍ୟ ଅଣ୍ଡା ତରକାରି ପାଇଁ ହତ୍ୟା ଅଭିଯୋଗରେ ଗୌରଭ ଗାଏକୱାଡ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ନାଗପୁରର ମନକାପୁରରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା ।

ମୃତ ବନରାସିଙ୍କ ଗଳିତ ମୃତଦେହକୁ ସ୍ଥାନୀୟ ଅଂଚଳର ଏକ ଗ୍ୟାରେଜରୁ ପୋଲିସ ଠାବ କରିଥିଲା । ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତରେ ଗୌରଭଙ୍କ ନାଁ ବାରମ୍ବାର ପୋଲିସ ରାଡାରକୁ ଆସିବା ପରେ ତାକୁ ଜେରା କରାଯାଇଥିଲା । ଶେଷରେ ସତ ଓଗାଳିଥିଲା ବନ୍ଧୁ ହତ୍ୟାକାରୀ ଗୌରଭ ।

ପୋଲିସ ରିପୋର୍ଟ ଅନୁଯାୟୀ ଶୁକ୍ରବାର ରାତିରେ ଅଭିଯୁକ୍ତ ଗୌରଭକୁ ରାତ୍ରୀଭୋଜନ ପାଇଁ ବନାରସୀ ନିମନ୍ତ୍ରଣ ଦେଇଥିଲା । ଉଭୟେ ରାତିରେ ପ୍ରଚୁର ମଦ ପିଇଥିଲେ । ହେଲେ ଭୋକ ଲାଗିବା ପରେ ଗୌରଭ ବନାରସିକୁ ଅଣ୍ଡା ତରକାରୀ କରିବାକୁ କହିବାରୁ ସେ ମନା କରିଥିଲା । ଏ ନେଇ ଦୁହେଁ ଯୁକ୍ତିତର୍କ ହେବା ସହ ଉତକ୍ଷିପ୍ତ ହୋଇ ଗୌରଭ ଏକ ଲୁହା ରଡ୍‌ରେ ବନାରସିର ମୁଣ୍ଡକୁ ପ୍ରହାର କରିଥିଲା ।

ଘଟଣାସ୍ଥଳରେ ବନାରସିର ମୃତ୍ୟୁ ହେବା ପରେ ଅଭିଯୁକ୍ତ ଗୌରଭ ତା ମୃତଦେହକୁ ଏକ ପରିତ୍ୟକ୍ତ ଗ୍ୟାରେଜରେ ଫିଙ୍ଗିଦେଇ ଚମ୍ପଟ୍ ମାରିଥିଲା । ହେଲେ ପୋଲିସ ରାଡାରରୁ ବର୍ତ୍ତିନପାରି ଶେଷରେ ନିଜ ଦୋଷ ସ୍ୱୀକାର କରିଛି ।

Leave A Reply

Your email address will not be published.