Latest Odisha News

BREAKING NEWS

ଡି କକ୍, ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ, ପଞ୍ଜାବ ସମ୍ମୁଖରେ ୧୭୭ ରନର ବିଜୟ ଲକ୍ଷ୍ୟ

ଦୁବାଇ:ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ କ୍ୱିଂଟନ ଡିକକ୍ ଓ କିରନ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୬ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଛି । ପଞ୍ଜାବ ସମ୍ମୁଖରେ ବିଜୟ ପାଇଁ ୧୭୭ ରନର ଲକ୍ଷ୍ୟ ରହିଛି । ଡିକକ୍ ୫୩ ରନ କରି ଇନିଂସ ସମ୍ଭାଳିଥିବା ବେଳେ ଶେଷ ଭାଗରେ ପୋଲାର୍ଡ (୩୪ ନଟଆଉଟ)ଓ ନାଥାନ କୁଲ୍ଟର ନୀଲ (୨୪ ନଟଆଉଟ) ଆକର୍ଷଣୀୟ ବ୍ୟାଟିଂ କରି ବିପକ୍ଷ ଦଳ ନିକଟରେ ଚ୍ୟାଲେଞ୍ଜିଂ ଟାର୍ଗେଟ ରଖିଥିଲେ ।

ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ଅର୍ସଦୀପ ସିଂ ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଆଜି ପୁନର୍ବାର ବ୍ୟାଟିଂରେ ଫେଲ୍ ମାରିଥିଲେ ।

Leave A Reply

Your email address will not be published.