Latest Odisha News

BREAKING NEWS

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଚଳନ୍ତା ଗାଡିରୁ ଡେଇଁଲେ ଦୁଇ ଯୁବତୀ !

ପଂଜାବ: ଅସୁରକ୍ଷିତ ଭାରତ ନା ବିପଦରେ ନାରୀ ଜାତିର ଅସ୍ତିତ୍ୱ । ପାଦେପାଦେ ବିପଦ । ପ୍ରତି ସମୟରେ ନାରୀମାନଙ୍କ ପ୍ରତି ଘଟୁଛି କିଛି ନା କିଛି ଅଘଟଣ । ଦୁଷ୍କର୍ମ ଭଳି ଶବ୍ଦ ଟିଭି, ଖବର କାଗଜ ଓ ଡିଜିଟାଲ ମିଡିଆରେ ସଦାସର୍ବଦା ପୃଷ୍ଠା ମଣ୍ଡନ କରୁଛି ।

ପଂଜାବର ଅମ୍ରିତସରରେ ସାମ୍ନାକୁ ଆସିଛି ଏକ ସାହାସିକ ତଥା ଅଭାବନୀୟ ଘଟଣା । ସମ୍ଭାବ୍ୟ ଦୁଷ୍କର୍ମରୁ ବର୍ତ୍ତିବା ଲାଗି ଦୁଇ ଯୁବତୀ ନେଇଥିଲେ ଦୁଃସାହାସିକ ପଦକ୍ଷେପ । ଏକ ଟ୍ୟାକ୍ସିରେ ଦୁଇ ଯୁବତୀ ଯାଉଥିବାବେଳେ ତାଙ୍କ ସହ ହୋଇଥିଲା ଦୁର୍ବ୍ୟବହାର । ପ୍ରତିବାଦ କରିବା ସହ ନିଜର ସୁରକ୍ଷା ଲାଗି ଶେଷରେ ଚଳନ୍ତା ଗାଡିରୁ ଦୁହେଁ ଡେଇଁପଡିଥିଲେ ।

ପୋଲିସ ରିପୋର୍ଟ ଅନୁଯାୟୀ ରବିବାର ସଂଧ୍ୟାରେ ୩ ଜଣ ମହିଳା ଏକ ରେଷ୍ଟୁରାଣ୍ଟକୁ ଯିବାଲାଗି ଏକ ଟ୍ୟାକ୍ସି ଭଡା କରିଥିଲେ । ଗାଡିରେ ବସି କିଛି ବାଟ ଯିବାପରେ ଟ୍ୟାକ୍ସିର ଡ୍ରାଇଭର ଜଣେ ମହିଳାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲା । ପ୍ରତିବାଦ କରିବାରୁ ଡ୍ରାଇଭର ଗାଡିର ଗତି ବଢାଇବାକୁ ଲାଗିଥିଲା । ଏଭଳି ସ୍ଥିତି ଦେଖି ଦୁଇଜଣ ଯୁବତୀ ଗାଡିରୁ ଡେଇଁପଡିଥିଲେ ।

ଏଭଳି ଘଟଣା ଦେଖି ରାସ୍ତା ପାଖରେ ଛିଡା ହୋଇଥିବା ଲୋକମାନେ ଟ୍ୟାକ୍ସିର ପିଛା କରିଥିଲେ । କୌଣସି ମତେ ଗାଡିକୁ ଅଟକାଇ ଅନ୍ୟ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ହେଲେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା ଗାଡି ଚାଳକ । ତେବେ ମାତ୍ର କିଛି ସମୟର ବ୍ୟବଧାନ ପରେ ଗାଡିଚାଳକକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.