Latest Odisha News

BREAKING NEWS

ଡିସେମ୍ବର ୯ରେ ନମନର ୨ୟ ସଂସ୍କରଣ : ମହିଳା ପୁଲିସଙ୍କୁ କରାଯିବ ସମ୍ମାନିତ

ଭୁବନେଶ୍ବର :  ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନମନର ୨ୟ ସଂସ୍କରଣ । ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ  । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ  । ପୋଲିସ ପ୍ରଶାସନ ସର୍ବଦା ଆଇନ ଶୃଙ୍ଖଳା ରକ୍ଷା କରିବା ସହ  ଅହରହ ନିଜ ଜୀବନ କୁ ବାଜି ଲଗାଇ ଆମ ଜୀବନ କୁ ସରଳ, ସୁନ୍ଦର ଓ ଶୃଙ୍ଖଳିତ କରିବାର ପ୍ରୟାସ ଜାରି ରଖିଥାଏ  ।

ନିସ୍ଵାର୍ଥପର ଭାବେ ସେମାନେ ସମାଜ ର ଜାଗ୍ରତ ପ୍ରହରୀ ଭାବେ ବର୍ଷକ ବାର ମାସ ଯାକ କାର୍ଯ୍ୟ କରିଥାନ୍ତି  । ତେଣୁ କମିଶନରେଟ ପୁଲିସ ଓ ଅନ୍ୟ ସମସ୍ତ ପୁଲିସ ସହଯୋଗୀ ଙ୍କ ନିଃସ୍ଵାର୍ଥ ସେବାକୁ ହୃଦୟରୁ ସମ୍ମାନ ଦେବା ଲାଗି  ଗତବର୍ଷ ଠାରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଓଲିଉଡ଼ ଓ ବଲିଉଡ ର ଅନେକ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, କମେଡିଆନ, ଉପସ୍ଥାପକ ଏଥିରେ ଯୋଗଦେବେ ।

ଓଲିଉଡ଼ ଷ୍ଟାର ତଥା ଅନୁଷ୍ଠାନ ର ଉପାଧ୍ୟକ୍ଷ ସବ୍ୟସାଚୀ ମିଶ୍ର, ଅଧ୍ୟକ୍ଷ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ଉଲ୍ଲାସ ବେହେରା ଉପସ୍ଥିତ ରହି ଏହି ନିଆରା କାର୍ଯ୍ୟକ୍ରମ କୁ ସ୍ୱତନ୍ତ୍ର ଶୈଳୀ ରେ ଉପସ୍ଥାପନା କରିବେ ।  ଚଳିତ ବର୍ଷ ର ମୁଖ୍ୟ ଆକର୍ଷଣ ରହିଛି ମହିଳା ପୁଲିସ ଙ୍କୁ ସମ୍ମାନ ଦେବା । ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଏହି କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର କରିବାର ଦାୟିତ୍ୱ ନେବା ସହ  ସମସ୍ତେ ମିଳିମିଶି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ନିବେଦନ କରିଛନ୍ତି  ।

Leave A Reply

Your email address will not be published.