Latest Odisha News

BREAKING NEWS

ଅଭିଷେକଙ୍କ ସହ ପ୍ରତିଦିନ ହୁଏ ଏହି ଅଭିନେତ୍ରୀଙ୍କ ଝଗଡା, ଅଭିନେତା କହିଲେ କିପରି ହୁଏ ତା’ର ସମାଧାନ

ଗତ କିଛି ଦିନ ହେବ ଅଭିନେତା ଅଭିଷେକ ବଚ୍ଚନ ଓ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ମଧ୍ୟରେ ବିବାଦ ଲାଗିଥିବା କଥା ସାମ୍ନାକୁ ଆସୁଛି । କିଛି ଦିନ ପୂର୍ବରୁ ଐଶ୍ଵର୍ଯ୍ୟା ନିଜେ କହିଥିଲେ ଯେ ତାଙ୍କର ଓ ଅଭିଷେକଙ୍ମ ମଧ୍ୟରେ ସବୁଦିନ ଝଗଡା ଲାଗିରହି ଥାଏ ।

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ଚର୍ଚ୍ଚିତ ଯୋଡି । ଗତ ୨୦୦୭ ମସିହା ଏପ୍ରିଲ ୨୦ରେ ଏହି ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ୧୬ ବର୍ଷର ଦାମ୍ପତ୍ୟ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଥିଲେ ମଧ୍ୟ ଦୁହେଁ ଏହାକୁ କେବେ ମିଡିଆ ସାମ୍ନାରେ ପ୍ରକାଶ କରିବାକୁ ଦେଇନଥିଲେ | ବାସ୍ତବରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସେମାନଙ୍କର ବିବାହିତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସଚେତନ ଥାଆନ୍ତି ।

ନିକଟରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ବିବାଦର ଖବର ସାମ୍ନାକୁ ଆସିଥିଲା । ଐଶ୍ୱର୍ଯ୍ୟା ତାଙ୍କ ଜନ୍ମଦିନରେ ବଚ୍ଚନ ପରିବାରଠାରୁ ଦୂରରେ ରହିବା ଓ ଅଭିଷେକଙ୍କ ହାତରେ ସେମାନଙ୍କର ନିର୍ବନ୍ଧ ମୁଦି ନରହିବା ନେଇ ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତେବେ କିଛି ଦିନ ପୂର୍ବରୁ ଐଶ୍ଚର୍ଯ୍ୟା ନିଜେ କହିଥିଲେ ଯେ ତାଙ୍କର ସ୍ଵାମୀ ଅଭିଷେକ ବଚ୍ଚନଙ୍କ ସହ ପ୍ରାୟତଃ ଝଗଡା ଲାଗି ରହିଥାଏ ।

୨୦୧୦ରେ ଭୋଗ ଇଣ୍ଡିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କହିଥିଲେ ଯେ ସେ ଏବଂ ଅଭିଷେକ ପ୍ରତିଦିନ ଝଗଡା କରନ୍ତି । କିନ୍ତୁ ଅଭିଷେକ ସେ ସବୁକୁ ଝଗଡା ନ କହି ଏହା ସାମାନ୍ୟ ମାନ ଅଭିମାନ ବୋଲି କହିଥିଲେ ।  ସେମାନେ ଗମ୍ଭୀରତାର ନେଇ ଏସବୁ କରନ୍ତିନାହିଁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଏମିତି ମତାନ୍ତର ଲାଗିରହିଥାଏ । କିନ୍ତୁ ସେମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ଅଛି ।  ଏହା ପରେ ଅଭିଷେକ ବଚ୍ଚନ ସେମାନଙ୍କ ମଧ୍ୟରେ ଥିବା ମତଭେଦକୁ କିପରି ସମାଧାନ କରନ୍ତି ତାହା ମଧ୍ୟ କହିଥିଲେ।

ଅଭିଷେକ କହିଛନ୍ତି ଯେ, ସେ ସବୁବେଳେ ଝଗଡା କରିବା ପରେ ପ୍ରଥମେ କ୍ଷମା ମାଗନ୍ତି । କେବେ ଝଗଡା କରି ସେ ଚୁପ୍ ସେ ଶୋଇପଡନ୍ତୁି ନାହିଁ । ଅବିଷେକ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ପୁରୁଷଙ୍କ ଭଲ ପାଇଁ, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଭୁଲ ଯାହାର ବି ହେଉ ନା କାହିଁକି ସବୁବେଳେ ଆମେମାନେ କ୍ଷମା ମାଗିଦେବା ଉଚିତ । କାରଣ କ୍ଷମା ନ ମାଗିଲେ ନା ଆମେ ଶାନ୍ତିରେ ଶୋଇ ପାରିବା ନା ସ୍ତ୍ରୀ ମାନେ ଶୋଇବାକୁ ଦେବେ । କାରଣ ମହିଳାମାନେ ସବୁବେଳେ ଠିକ୍ ତାଆନ୍ତି । ଆଉ ଯେତେ ଶିଘ୍ର ପୁରୁଷମାନେ ଏହାକୁ ଗ୍ରହଣ କରିବେ, ସେତେ ସେମାନଙ୍କ ପାଇଁ ଭଲ ହେବ |

Leave A Reply

Your email address will not be published.