Latest Odisha News

BREAKING NEWS

କଂଗ୍ରେସ ବିଧାୟକ ଦଳ ନେତା ଭାବେ ନରସିଂହ ମିଶ୍ର ନିର୍ବାଚିତ

ଭୁବନେଶ୍ୱର : ସର୍ବସମ୍ମତିକ୍ରମେ କଂଗ୍ରେସ ବିଧାୟକ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ସୋମବାର ବିଳମ୍ବିତ ରାତିରେ ଚୟନ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ନରସିଂହ ମିଶ୍ର କହିଛନ୍ତି, “ ତାଙ୍କ ଦଳ ଗୃହରେ ରାଜ୍ୟର କୃଷକ, ବେକାରୀ ସମସ୍ୟା, ଆଇନ ଓ କାନୁନ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟରେ ସ୍ୱର ଉଠାଇବ । ରାଜ୍ୟସଭା ସିଟ୍ ଲାଗି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଜେପି ଓ ବିଜେଡି ମଧ୍ୟରେ ଥିବା ସମ୍ପର୍କକୁ କଂଗ୍ରେସ ଉଜାଗର କରିବ” ।

ସୂଚନାଯୋଗ୍ୟ, ୧୫ ତମ ବିଧାନସଭାରେ ବିରୋଧି ଦଳ ଭାବେ ନରସିଂହ ମିଶ୍ର ରହିଥିଲେ । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯କୁ ଖସି ଆସିଥିବାସ୍ଥଳେ ବିଜେପି ବିରୋଧି ଦଳର ନେତା ପଦବୀ ଅଧିକାର କରିଛି ।

Leave A Reply

Your email address will not be published.