Latest Odisha News

BREAKING NEWS

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଏହି ଅବସରରେ କମିଶନରେଟ୍ ପୋଲସ ପକ୍ଷରୁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଷୋଡଶ ବିଧାନସଭାର ଏହା ପ୍ରଥମ ଅଧିବେଶନ ହୋଇଥିବାବେଳେ ଗୃହ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଲାଗି ରାଜ୍ୟ ବିଧାନସଭା ପରିସରରେ ୨୮ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଜୁଲାଇ ୨ ତାରିଖ ଯାଏଁ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚାଲିବାକୁ ଥିବାବେଳେ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ଯାଏଁ ୨ୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ । ତେବେ ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।

ମୋଟ୍ ୪୫ ଦିନ ମଧ୍ୟରୁ ବିଧାନସଭାରେ ୩୧ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ଜୁନ୍ ୩୦, ଜୁଲାଇ ୧୩, ୧୪, ୨୧ ଏବଂ ଅଗଷ୍ଟ ୪, ୨୮ ତାରିଖରେ ଗୃହ ବନ୍ଦ ରହିବ । ଏହାପରେ ରଥ ଯାତ୍ରା ଲାଗି ଜୁଲାଇ ୩ରୁ ୧୧ ଯାଏଁ ବିଧାନସଭା ଛୁଟି ରହିବ।

Leave A Reply

Your email address will not be published.