Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ, ବାଂଲାଦେଶ ସିିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଟି୨୦ ବିଶ୍ୱକପ ପରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଯିବ । ସେଠାରେ ୩ଟି ଲେଖାଁଏ ଟି୨୦ ଦିନିକିଆ ମ୍ୟାଚ ଖେଳାଯିବ । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ଏହା ପରେ ଦଳ ବାଂଲାଦେଶ ଗସ୍ତରେ ଯିବ । ସେଠାରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ),ଶୁଭମନ ଗିଲ, ଈଶାନ କିଶାନ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାଶ ଆୟାର, ସଞ୍ଜୁ ସାମସନ, ଡବ୍ଲ୍ୟୁ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମରାନ ମଲିକ ।
ଦିନିକିଆ ଟିମ: ଶିଖର ଧାୱନ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ),ଶୁଭମନ ଗିଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାଶ ଆୟାର, ସଞ୍ଜୁ ସାମସନ, ଡବ୍ଲ୍ୟୁ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଶାହାବାଜ ଅହମ୍ମଦ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚହର, କୁଲଦୀପ ସେନ, ଉମରାନ ମଲିକ ।

ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପାଟୀଦାର, ଶ୍ରେୟାଶ ଆୟାର, ରାହୁଲ ତ୍ରିପାଠୀ, ରିଷଭ ପନ୍ତ, ଈଶାନ କିଶାନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଡବ୍ଲ୍ୟୁ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର, ୟଶ ଦୟାଲ ।
ଟେଷ୍ଟ ସିରିଜ ପାଇଁ ଟିମ:ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାଶ ଆୟାର, ରିଷଭ ପନ୍ତ, କେଏସ ଭାରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ।

Leave A Reply

Your email address will not be published.