Latest Odisha News

BREAKING NEWS

ୟୁଏଫଓ ନେଇ ନାସା ଜାରୀ କଲା ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଗୁରୁବାର ୟୁଏଫଓ ଓ ଏଲିୟନ୍ସକୁ ନେଇ ବହୁ ପ୍ରତୀକ୍ଷିତ ବୟାନ ଜାରୀ କରିଛି । ନାସା ପକ୍ଷରୁ ପ୍ରାୟ ୧ ବର୍ଷ ଧରି ଏ ନେଇ ଅଧ୍ୟୟନ କରାଯିବା ପରେ ରିପୋର୍ଟ ଜାରୀ କରିଛି । ୩୩ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ନାସା ପକ୍ଷରୁ କୁହାଯାଇଛି ଏହି ରହସ୍ୟକୁ ଉଜାଗର କରିବାକୁ ହେଲେ ଆମକୁ ନୂତନ ଜ୍ଞାନ କୌଶଳ ଓ ଅତ୍ୟାଧୂନିକ ସାଟେଲାଇଟ୍ସର ଆବଶ୍ୟକତା ପଡିବ । ୟୁଏଫଓ ସର୍ବଦା ଆମ ପାଇଁ ରହସ୍ୟ ହୋଇ ରହିଛି । ନାସା ପ୍ରବନ୍ଧକ ୱିଲ ନେଲ୍ସନ କହିଛନ୍ତି ବ୍ରହ୍ମାଣ୍ଡରେ ପୃଥ୍ୱୀ ବ୍ୟତୀତ ଅନ୍ୟଠାରେ ମଧ୍ୟ ଜୀବନ ରହିଛି । ଅନ୍ୟ ଗ୍ରହର ବାତାବରଣ ଉପରେ ଭଲ ଭାବେ ଗବେଷଣା କରିଲେ ଆମେ ଅଧିକରୁ ଅଧିକ ତଥ୍ୟ ପାଇବା ।

ୟୁଏଫଓ ଉପରେ ଗବେଷଣା କରିବା ପାଇଁ ଖୁବ ଶୀଘ୍ର ନାସା ପକ୍ଷରୁ ନୂତନ ନିର୍ଦ୍ଦେଶକଙ୍କ ନାମ ଘୋଷଣା କରାଯିବ । ସାଟେଲାଇଟର ସ୍ପେଟିୟଲ ରିଜୋଲ୍ୟୁଶନ କମ ଥିବାରୁ ୟୁଏଫଓ ଓ ୟୁଏପି ପରି ଯାନ ଉପରେ ଠିକ ଭାବେ ନଜର ରଖାଯାଇ ପାରୁନି । ପୂର୍ବରୁ ପେଂଟାଗନ ପକ୍ଷରୁ ଏକ ଭିଡିଓ ଜାରୀ କରାଯାଇଥିଲା । ଯେଉଁଥିରେ ଜଣେ ନୌସେନା ପାଇଲଟ ଆମେରିକାର ପୂର୍ବାଂଚଳରେ କେତେକ ରହସ୍ୟମୟ ଏୟାରକ୍ରାଫ୍ଟ ଦେଖିଥିଲେ । ଏହାର ଗତି ଓ ଟେକନିକ ଆମଠାରୁ ଉଚ୍ଚମାନର ଥିଲା । ଫ୍ଲାଇଟକୁ କେଉଁଠାରେ ନିୟନ୍ତ୍ରଣ କରାଯାଉଥିଲା ତାହା ଜଣା ପଡି ନଥିଲା ।

Leave A Reply

Your email address will not be published.