Latest Odisha News

BREAKING NEWS

ଡିସେମ୍ବର ୨୩ରେ ଅନୁଷ୍ଠିତ ହେବ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଉତ୍ସବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଡିସେମ୍ବର ୨୩ ତାରିଖରେ ୨୦୧୮ ବର୍ଷ ପାଇଁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

୧୯୧୩ ମସିହାର ମେ’ ୩ ତାରିଖରେ ଦେଶର ସର୍ବପ୍ରଥମ ଫିଚର ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ରିଲିଜ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଏହି ତାରିଖରେ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯିବାର ବିଧି ରହିଥିଲା । କିନ୍ତୁ ଚଳିତ ବର୍ଷ ଏହା ୭ ମାସ ବିଳମ୍ବରେ ପ୍ରଦାନ କରାଯିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ୨୩ ତାରିଖ ଦିନ ରାଜଧାନୀ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏହି ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହେଉଛି ।

ଭାରତୀୟ ସିନେମାରେ ସର୍ବଶ୍ରେଷ୍ଠ ସମ୍ମାନ ରୂପେ ବିବେଚନା କରାଯାଉଥିବା ଏହି ଜାତୀୟ ପୁରସ୍କାର ପ୍ରଦାନ ସମାରୋହରେ ପ୍ରତ୍ୟେକ ବର୍ଷ ରାଷ୍ଟ୍ରପତି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ନିଜ ହାତରେ ପୁରସ୍କାର ପ୍ରଦାନ କରି ଆସୁଥିଲେ ।

ମାତ୍ର ଚଳିତ ବର୍ଷ ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.