Latest Odisha News

BREAKING NEWS

ଛତିଶଗଡ଼ରେ ଡିଆରଜି ଓ ଏସଟିଏଫ ଟିମର ମିଳିତ ଅପରେସନ; ଉଦ୍ଧାର ହେଲା ୨ ମାଓବାଦୀଙ୍କ ମୃତଦେହ

ରାୟପୁର: ଛତିଶଗଡ଼ର ସୁକମାର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ଘଟିଛି । ଗୁରୁବାର ଦିନ ଡିଆରଜି/ ଏସଟିଏଫ ଟିମର ମିଳିତ ଅପରେସନରେ ଜଙ୍ଗଲ ମଧ୍ୟରୁ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଛତିଶଗଡ଼ର ସୁକୁମା ଜିଲ୍ଳା ଅନ୍ତର୍ଗତ ଚିନ୍ତାଲନାଲ ସ୍ଥିତ ତିମାରପୁରମରେ ଏସଟିଏଫ, ଜିରାଅରଜି ଓ କୋବ୍ରା ଟିମର ମିଳିତ ଅପରେସନରେ ଏହି ୨ ହାଡ଼କୋର ମାଓବାଦୀ ନିହତ ହୋଇଥିବା ରିପୋର୍ଟରେ ପ୍ରକାଶ।

ମିଳିଥିବା ସୂଚନା ଅନୁଯାୟୀ, ମୋରପାଲି ଓ ଟିମରପୁରମର ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରେ ଏହି ମାଓବାଦୀ ମାନେ ଲୁଚି ରହିଥିଲେ । କୌଣସି ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଦଳ ଅତର୍କିତ ଭାବେ ଏମାନଙ୍କ ଉପରକୁ ଆକ୍ରମଣ କରିଥିଲେ ।

ଜଙ୍ଗଲ ମଧ୍ୟରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିକାଣ୍ଡ ଚାଲିଥିବା ବେଳେ ୨ ମାଓବାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର, ପିସ୍ତଲ, ବିସ୍ଫୋରକ ଆଦି ପଦାର୍ଥ ଜବତ ହୋଇଛି ।

ଏହି ସର୍ଚ୍ଚ ଅପରେସନରେ ଏସଟିଏଫ ଯବାନ ମହେଶ ନେତନ ଏକ ବୋମା ବିସ୍ଫୋରଣରେ ଆହତ ହୋଇଥିବା ସୂଚନା ମିଳିଛି ।

ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ରାୟପୁର ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ,ସୁକୁମା ବିଜପୁର ସୀମାନ୍ତ ଅଞ୍ଚଳରେ ଏସଟିଏଫ/ଜିରାଅରଜି /କୋବ୍ରା ଟିମ ଏକ ଅପରେସନରୁ ଫେରୁଥୁବା ସମୟରେ ଜଙ୍ଗଲ ମଧ୍ୟରେ ଏକ ଏଲଇଡି ବିସ୍ଫୋରଣ ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ।

Leave A Reply

Your email address will not be published.