Latest Odisha News

BREAKING NEWS

ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ: ସମୀର ମହାନ୍ତି

ଭୁବନେଶ୍ୱର, : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀର ଜଳାରପୁରଠାରେ ଆୟୋଜିତ ‘ ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି  ସମୀର ମହାନ୍ତି ଯୋଗ ଦେଇଥିଲେ । ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଏହି ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତ ଦାୟୀତ୍ୱ । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଯୁବପିଢୀଙ୍କୁ ସ୍ୱାଧୀନତା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ଏବଂ ବଳିଦାନ ସଂପର୍କରେ ଭଲଭାବେ ଅବଗତ କରାଇବା ଏହି ଯାତ୍ରାର ମୂଳ ଲକ୍ଷ୍ୟ । ଏହି ଅବସରରେ  ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାର କାର୍ଯ୍ୟକର୍ତା ଓ ଜନସାଧାରଣ ତ୍ରିରଙ୍ଗା ପତାକାକୁ ହାତରେ ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ ।
ଭାରତୀୟ ଜନତା ପାଟି ଅଗଷ୍ଟ ୯ କ୍ରାନ୍ତିଦିବସଠାରୁ ତ୍ରିରଙ୍ଗା ଯାତ୍ରାକୁ ଆରମ୍ଭ କରି ଯୁବପିଢ଼ୀଙ୍କୁ ସଚେତନ କରାଯାଉଛି । ଏହି ଅବସରରେ ସମାଜର ପ୍ରତିଷ୍ଠିତ କ୍ଷେତ୍ର ସାହିତ୍ୟ, କଳା ଓ ବିଜ୍ଞାନ ଓ ସମାଜସେବୀଙ୍କୁ ଜାତୀୟ ପତାକା ଓ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ରଦେଇ ସମ୍ବର୍ଦ୍ଧନା କରିଛନ୍ତି ଶ୍ରୀ ସମୀର ମହାନ୍ତି ।
ଏହି ପଦଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲ୍ଲିକ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା ଓ ଠାକୁର ରଞ୍ଜିତ ଦାସ, ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସେକ୍ ହୋସେନ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.