Latest Odisha News

ବନ୍ୟା ବିବାଦ: ଓଡ଼ିଶାକୁ ଦାୟୀ କରିବା ପରେ ଛତିଶଗଡକୁ ଜବାବ ଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଛତିଶଗଡ଼ ଏବଂ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀର ଉପରମୁଣ୍ଡ ଛତିଶଗଡରେ ଲଗାଣ ବର୍ଷା ହେଉଛି ତେଣୁ ତଳମୁଣ୍ଡରେ ଥିବା ଓଡ଼ିଶାକୁ ପାଣି ଗଡି ଆସିବାରୁ ବର୍ଷା ହେଉଛି। ତେବେ ଛତିଶଗଡର ଇଚ୍ଛାମୁତାବକ ଓଡ଼ିଶା ହୀରାକୁଦର ଗେଟ୍ ଖୋଲୁନଥିବାରୁ ଛତିଶଗଡରେ ଏବେ ବନ୍ୟା ହେଉଛି ବୋଲି ଛତିଶଗଡର ମୁଖ୍ୟ ଯନ୍ତ୍ରୀ ରାକେଶ କୁ ନାଗରିଆ କହିଥିଲେ। ସେହିପରି ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଥିଲେ ବିବାଦର ସମାଧାନ ଚାହୁଁନି । ଓଡ଼ିଶା ପାଇଁ ସେମାନେ ଅନେକ କାମ କରି ପାରୁନାହାନ୍ତି । ଓଡିଶା ସବୁବେଳେ ବିବାଦ ବଢାଉଛି ଓ ୧୦ବର୍ଷ ଧରି ମହାନଦୀ ଉପରେ ସମସ୍ତ ପ୍ରକଳ୍ପ କାମ ଅଟକାଇ ରଖିଛି ଓଡିଶା । ମାମଲା ବିଚାରଧୀନ ରହିଛି । ଜଲଦି ସମସ୍ୟାର ସମାଧାନ ଚାହୁଁଛି ଛତିଶଗଡ ।

ଏହାର ଜବାବରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିବାଦର ସମାଧାନ କେବଳ ଆପୋଷ ଆଲୋଚନାରେ ସମ୍ଭବ। ଏବେ ଯେତେବେଳେ ପାଣି ଆସି ଘର ବୁଡିଲାଣି ସେତେବେଳେ ଆଲୋଚନା କଲେ କ’ଣ ହେବ । ଖରା ସମୟରେ ମହାନଦୀ ଶୁଖିଲା ପଡିଯାଉଛି। ଏହି ସମୟରେ ଆମେ ପାଣି ମାଗିଥିଲୁ। ଛତିଶଗଡ ଦେଲାନି । ତେଣୁ ମହାନଦୀରେ ତଳିଆ ଅଞ୍ଚଳ ପାଣି ଅଭାବରୁ ଶୁଖିଲା ରହିଲା। ଚାଷ କାମ ପ୍ରଭାବିତ ହେଲା। ଏହାର ସୁବ୍ୟବସ୍ଥା ନକରି ବ୍ୟାରେଜ୍ ନିର୍ମାଣ କାମ କରି ଚାଲିଲା ଛତିଳଗଡ । ଏବେ ଛତିଶଗଡ ସେତେବେଳେ ପାଣି ଛାଡୁଛି ଯେତେବେଳେ ନିଜ ଅଞ୍ଚଳରେ ପାଣି ଫୁଲ ହୋଇଯାଉଛି।

୨୦୧୬ରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ସେସମୟରେ ଦୁଇ ରାଜ୍ୟର ସହମତିକୁ ଅଣଦେଖା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରମଣ ସିଂ। ପରେ ଭୂପେଶ ବାଘେଲ ସରକାର ଏ ଦିଗରେ କିଛି କାମ କରିନାହାନ୍ତି। ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ଯେ ବର୍ଷକ ଦୁଇ ଥର ବୈଠକ ହେବା କଥା। ହେଲେ ଛତିଶଗଡ ଆସୁନି। ଏହା ନିନ୍ଦନୀୟ କଥା। ଅଫିସର ସ୍ତରୀୟ ଆଲୋଚନା ହେବା ଦରକାର କେତେ ପାଣି ଛାଡିବେ ଛତିଶଗଡ ଜଣାଇବା ଦରକାର।

କ’ଣ ରହିଛି ବିବାଦ?

ମହାନଦୀରେ କଲମା ବ୍ୟାରେଜ ନିର୍ମାଣ କରିଛି ଛତିଶଗଡ । ଯାହାକୁ ଓଡିଶା ବିରୋଧ କରି ଆସୁଛି। କାରଣ ଖରା ଦିନରେ ଓଡିଶା ପଟକୁ ଛତିଶଗଡ ପାଣିନଛାଡିବାରୁ ମରୁଭୂମି ପଡିଯାଉଛି। ଏବେ ବନ୍ୟାରେ ଭାସିବା ପରେ ଛତିଶଗଡ କହୁଛି ଓଡିଶା ତାଙ୍କ ଅନୁସାରେ ହୀରାକୁଦ ଗେଟ୍ ଖୋଲିବା ଦରକାର। ଏପରି ସ୍ଥିତିରେ ଓଡିଶା କହିଛି ନିଜର ଆବଶ୍ୟକତା ଅନୁସାରେ ଓଡିଶା ଖୋଲିବ। ଛତିଶଗଡ କଥାରେ ଯେ କେବଳ ଖୋଲି ଦେବ ତା ନୁହେଁ। ଏଠାକର ଯନ୍ତ୍ରୀ ଓ ସଚିବ ଆଲୋଚନା କରିବା ପରେ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.