Latest Odisha News

BREAKING NEWS

ମାଲକାନଗିରି ଜିଲ୍ଲାରେ ୨୧ଟି ରାସ୍ତା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୫୮ କୋଟି

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ସୁଦୃଢ଼ ହେବ ଯୋଗାଯୋଗ ଭିତ୍ତିଭୂମି । ଜିଲ୍ଲାରେ ୧୫୮ କୋଟି ଟଙ୍କା ବ୍ୟୟରେ ୨୧ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ୨୧ଟି ପ୍ରକଳ୍ପରେ ୧୭୨.୫୩ କିଲୋମିଟର ରାସ୍ତା ନିର୍ମାଣ ହେବ ।

ଯାହା ଗ୍ରାମ୍ୟ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜିଲ୍ଲାର ଅପହଞ୍ଚ ବ୍ଲକ ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଓ ପଡ଼ିଆକୁ ଯାତାୟତ ସୁଗମ କରିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନଥିବା ଗାଁକୁ ରାସ୍ତା ତିଆରି ହେବ ।

ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯାତାୟତ ଭିତ୍ତିଭୂମି ସୁଦୃଢ଼ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମାଲକାନଗିରି ଜିଲ୍ଲା ଗସ୍ତ କରିଥିବା ବେଳେ ରାସ୍ତା ନେଇ ଲୋକେ ଦାବି କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକଳ୍ପ ପାଇଁ ଏଷ୍ଟିମେଟ୍ କରାଯାଇ ସର୍ଭେ କରି ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା ।

ଚିତ୍ରକୋଣ୍ଡାର ମୁଡୁଲିଗୁଡ଼ାରୁ ଅମାଲିବେଡ଼ା ୩୨ କିଲୋମିଟର ରାସ୍ତା ୩୦ କୋଟି ବ୍ୟୟରେ ନିର୍ମାଣ କରାଯିବ । ସେହିଭଶି ପୋଲୁରରୁ କୃଷ୍ଣବାଲି ୧୧.୬ କିଲୋମିଟର ରାସ୍ତା ପାଇଁ ସରକାର ଖର୍ଚ୍ଚ କରିବେ ୯ କୋଟି ଟଙ୍କା ।

Leave A Reply

Your email address will not be published.