Latest Odisha News

BREAKING NEWS

ରିଲିଜ ପାଇଁ ଦି କେରଳ ଷ୍ଟୋରୀକୁ ମିଳୁନି ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ସୁଦୀପ୍ତୋ ସେନ ନିର୍ଦ୍ଦେଶିତ ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । ଅଦା ଶର୍ମାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଥିଏଟରରେ ଝଡ ସୃଷ୍ଟି କରିବା ପରେ ଏହି ଫିଲ୍ମ ଓଟିଟିରେ ରିଲିଜ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏ ପର୍ଯ୍ୟନ୍ତ ଏହି ଫିଲ୍ମକୁ କୌଣସି ଓଟିଟି ପ୍ଲାଟଫର୍ମ ନେଇ ନାହାନ୍ତି । ସୁଦୀପ୍ତୋଙ୍କ କହିବା ଅନୁସାରେ ଆମକୁ ଏ ପର୍ଯ୍ୟନ୍ତ କୌଣସି ଓଟିଟି ପ୍ଲାଟଫର୍ମର ଉପଯୁକ୍ତ ଅଫର ମିଳି ନାହିଁ । ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବର୍ଗ ଏ ନେଇ ସେମାନଙ୍କ ଉପରେ ଚାପ ପକାଉଛନ୍ତି । ଏହାକୁ ପ୍ରପୋଗାଣ୍ଡା ଫିଲ୍ମ ଭାବେ ପ୍ରଚାର କରି ଏହାର ମାନ କମାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।

ଏହାର ବିଷୟ ବସ୍ତୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଉତେଜନା ସୃଷ୍ଟି କରିବା ଆଶଙ୍କା ଥିବାରୁ ଆଗ୍ରହ ଥିବା ସତ୍ୱେ ସେମାନେ ଏହାଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଏହି ଫିଲ୍ମରେ କିପରି ହିନ୍ଦୁ ମହିଳାକୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଧର୍ମ ପରିବର୍ତନ କରାଯାଇଛି ତାହା ଏଥିରେ ଦର୍ଶାଯାଇଛି ।

Leave A Reply

Your email address will not be published.