Latest Odisha News

BREAKING NEWS

ଓଡ଼ିଶାରେ ନବୀନ ସବୁ ଦଳର ସଭାପତି: ଶିଶିର ଗମାଙ୍ଗ

ଭୁବନେଶ୍ୱରବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଦଳର ସଭାପତି । ଓଡ଼ିଶାରେ ନବୀନଙ୍କ ନିୟନ୍ତ୍ରଣରେ ସବୁ ଦଳ । ଏଭଳି ସାଂଘାତିକ ବୟାନ ଦେଇଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ । ଆଜି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,

ଓଡ଼ିଶାରେ ଯେତିକି ରାଜନୈତିକ ଦଳ ଅଛନ୍ତି, ସବୁର ସଭାପତି ହେଉଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସବୁ ମ୍ୟାନେଜ କରୁଥିବାରୁ ବିରୋଧୀ ଦଳ ଉଠି ପାରୁ ନାହାଁନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ଏ ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଆସନ୍ତା ୨୨ରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସୁଥିବା ବେଳେ ଶିଶିରଙ୍କ ବୟାନ ବିଜେପି ପାଇଁ ଚିନ୍ତା ବଢ଼ାଇଥିବା ବେଳେ ଦଳୀୟ ନେତୃତ୍ୱଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଗତ ସପ୍ତାହରେ ଗମାଙ୍ଗ ବାପପୁଅ ବିଆରଏସ୍ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଥିଲେ । ଉଭୟଙ୍କୁ କେସିଆର୍ ବିଆରଏସରେ ସାମିଲ୍ ହେବାକୁ ଆମନ୍ତ୍ରଣ କରିଥିବା ନିଜେ କହିଥିଲେ ଶିଶିର । ବିଜେପିରୁ ଇସ୍ତଫା ଦେଇ ନଥିବା ଓ ବିଆରଏସରେ ସାମିଲ୍ ନେଇ କୌଣସି ନିଷ୍ପତ୍ତି ନେଇ ନଥିବା ଶିଶିର ଗଣମାଧ୍ୟମକୁ କହିଥିଲେ ।

କେସିଆରଙ୍କୁ ଭେଟିବାର ୪ ଦିନ ପରେ ଶିଶିର ପୁଣି ଗଣମାଧ୍ୟମରେ କହିଥିଲେ ଓଡ଼ିଶା ବିଜେପିରେ ନେତୃତ୍ୱ ସଂକଟ ରହିଛି । କେନ୍ଦ୍ରୀୟ ବିଜେପି, ଓଡ଼ିଶାରେ ସେଭଳି ଦକ୍ଷ ନେତା ଦଳକୁ ଚଳାଇବା ଭଳି ଖୋଜି ପାଉ ନାହିଁ । କେସିଆରଙ୍କୁ ଭେଟିବାର ୮ ଦିନର ମଧ୍ୟରେ ଶିଶିର ଗମାଙ୍ଗ ବିଜେପିରେ ଥାଇ ଦଳ ବିରୋଧରେ ଦୁଇ ଦୁଇ ଥର ଖୋଲାଖୋଲି କହିଲେଣି ।

୨ ଦିନ ପରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସୁଥିବା ବେଳେ ତା’ ପୂର୍ବରୁ ଶିଶିର ଗମାଙ୍ଗ ବିଜେପି ଛାଡ଼ି ବିଆରଏସରେ ମିଶିବା ଚର୍ଚ୍ଚା ଜୋର୍ ଧରିଛି । ଶିଶିରଙ୍କ ମନ୍ତବ୍ୟ ଉପରେ ବିଜେପି ନେତାଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଶିଶିର କହିଛନ୍ତି ମୁଁ ଏବେ ବିଜେପି ଛାଡ଼ି ନାହିଁ ।

Leave A Reply

Your email address will not be published.