Latest Odisha News

ପତାକା ଉତ୍ତୋଳନ କଲେ ନବୀନ; କହିଲେ, ସାମାଜିକ ନ୍ୟାୟ ହାସଲ ଦିଗରେ ଆହୁରି ଅନେକ ବାଟ ଯିବାକୁ ଅଛି

ଭୁବନେଶ୍ୱର: ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସମାବେଶରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତ ଏକ ମହାନ ଦେଶ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱକୁ ଶାନ୍ତି, ଅହିଂସା ଓ ମୈତ୍ରୀର ବାର୍ତ୍ତା ଦେଇଛି । ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି ।

ଆମ ସମ୍ବିଧାନର ଜନକ ଡ଼କ୍ଟର ବି ଆର ଆମ୍ବେଦକରଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ସମ୍ବିଧାନ ହେଉଛି ଏକତାର ଗ୍ରନ୍ଥ । ବହୁ ଭାଷା ଧର୍ମ ଜାତି କୁ ନେଇ ଗଠିତ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଆମ ସମ୍ବିଧାନ ସଫଳ ହୋଇଛି । ଆମ ସମ୍ବିଧାନ ରାଜ୍ୟ ଗୁଡିକର ଅଧିକାରକୁ ସୁରକ୍ଷିତ ରଖିଛି । ସାମାଜିକ ନ୍ୟାୟ ପାଇଁ ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ସାମାଜିକ ନ୍ୟାୟ ଦିଗରେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ।

ଏକ ଦଶନ୍ଧିରେ ରାଜ୍ୟର ବହୁ ଉନ୍ନତି ହୋଇଛି । ୨୦୦୦ ରୁ ୨୦୨୪ ମଧ୍ୟରେ ଅନେକ ବିକାଶ ହୋଇଛି । ଏବେ ଭାରତ ସରକାରଙ୍କ ନୀତି ଆୟୋଗ ମଧ୍ୟ ଆମ କାମକୁ ପ୍ରଶଂସା କରିଛି । ଫାଇନାନ୍ସ ହେଲଥ ଇଣ୍ଡେକ୍ସ ଓଡ଼ିଶା ଏକ ନମ୍ବର । ବିକାଶ ସବୁବେଳେ ଆମ ଫୋକସ ରହିବ । ଆପଣ ମାନେ ସବୁବେଳେ ଓଡ଼ିଶାର ସେବା ଜାରି ରଖନ୍ତୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏକାମ୍ର ଗାନ୍ଧୀ ସ୍ବର୍ଗତ ପଣ୍ଡିତ ରଘୁନାଥ ମହାପାତ୍ରଙ୍କ ନାତୁଣୀ ମିତ୍ରା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ

Comments are closed.