କଟକ: ସାଧାରଣତନ୍ତ୍ର ଦିବସରେ ଅଘଟଣ। ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ଛାତ୍ରଛାତ୍ରୀ ଯାଉଥିଲେ । ହେଲେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପିକଅପ୍ ଭ୍ୟାନ୍ ପରେଡ ପଡିଆକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଙ୍କୀ ଥାନା ସରଣ୍ଡା ବିଟହାଉସ ନିକଟ ମାଳବିହାରପୁର ଗାଁ ରାସ୍ତାରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି ଓ ୨୩ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ମୃତକ ହେଲେ ଛାତ୍ର ସୌମ୍ୟ ରଞ୍ଜନ ବେହେରା । ୨୩ଜଣ ଆହତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।
ଏହି ଦୁଃଖଦ ଘଟଣାରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରେଡକ୍ରସ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାର ପାଇଁ ୨୫ ହଜାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ମୃତ ଛାତ୍ରଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଓ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
https://x.com/CMO_Odisha/status/1883398654448501219
ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଇଓ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଚିଠି ଲେଖିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଏସ୍ପି କହିଛନ୍ତି, କାହିଁକି ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟ ସ୍କୁଲକୁ ପଠାଯାଉଥିଲା , ତାହାର ତଦନ୍ତ କରାଯିବ। ତଦନ୍ତ ଅନୁସାରେ ମାମଲା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Comments are closed.