Latest Odisha News

ସୈଫଙ୍କୁ ଛୁରାମାଡ଼ ଘଟଣାରେ ଟ୍ବିଷ୍ଟ; ମ୍ୟାଚ କରୁନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ଟ୍ବିଷ୍ଟ। ଅଭିନେତାଙ୍କ ଘରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ବାଂଲାଦେଶୀ ଶରିଫୁଲ ଇସଲାମ ଶାହଜାଦର ଫିଙ୍ଗରପ୍ରିଣ୍ଟ ସହିତ ମେଳ ଖାଉନାହିଁ। ସୈଫଙ୍କୁ ଆକ୍ରମଣ ଅଭିଯୋଗରେ ତାଙ୍କୁ ଜାନୁଆରୀ ୧୬ରେ ଗିରଫ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ତଦନ୍ତ ସିଆଇଡି ଦ୍ୱାରା କରାଯାଇଥିଲା।ଫିଙ୍ଗରପ୍ରିଣ୍ଟ ମ୍ୟାଚ କରୁନଥିବା ଖବର ପ୍ରକାଶ ପାଇବା ପରେ ଭୁଲ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ଘରେ ମୋଟ ୧୯ ଟି ଫିଙ୍ଗରପ୍ରିଣ୍ଟ ନମୁନା ନିଆଯାଇଥିଲା ଏବଂ ସେଥିମଧ୍ୟରୁ କୌଣସି ମଧ୍ଯ ସରିଫୁଲର ଫିଙ୍ଗରପ୍ରିଣ୍ଟ ସହିତ ମେଳ ଖାଉନାହିଁ। ଯାହାପରେ ତାଙ୍କ ଗିରଫଦାରୀକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

Comments are closed.