Latest Odisha News

BREAKING NEWS

ଡାକ୍ତରଙ୍କ ଡ୍ରୟରରୁ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ମହିଳା

ଅନୁଗୁଳ: ଦେହ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପାଖକୁ ଆସିଥିଲେ । କିନ୍ତୁ ମଉକା ଦେଖି ୩୦ ହଜାର ଟଙ୍କା ହାତ ସଫେଇ କରିଦେଲେ ମହିଳା । ଡାକ୍ତରଙ୍କ ଡ୍ରୟରରୁ ଟଙ୍କା ଧରି ଚମ୍ପଟ ମାରିଲେ । ଅନୁଗୁଳ ଜିଲ୍ଲାରୁ ଏଭଳି ଚିତ୍ର ସାମନାକୁ ଆସିଛି । ସିସିଟିଭିରେ କଏଦ ହୋଇଛି ପୂରା ଘଟଣା ।

ଆଜି ଅନୁଗୁଳ ସହରର ଅମଲାପଡ଼ାରେ ସ୍ଥିତ ବାସଭବନରେ ରୋଗୀ ଦେଖୁଥିଲେ ଡାକ୍ତର ଦୀପକ ଗଡନାୟକ । ସକାଳେ ପାଖାପାଖି ସାଢ଼େ ୮ଟା ବେଳେ ଜଣେ ମହିଳା ଦେହ ଦେଖାଇବାକୁ ଆସିଥିଲେ । ସେତିକିବେଳେ ଡାକ୍ତର କିଛି ସମୟ ପାଇଁ ବାହାରକୁ ଯାଇଥିଲେ । ସୁଯୋଗ ଦେଖି ଚଟାପଟ କାମ ବଢ଼େଇଥିଲେ ସଂପୃକ୍ତ ମହିଳା ।

ହାତ ବଢ଼ାଇ ଡାକ୍ତରଙ୍କ କ୍ୟାସ ଡ୍ରୟରରୁ ଟଙ୍କା ଧରିଲେ ଓ ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଲୁଗା ଭିତରେ ଲୁଚାଇ ଛୁ ମାରିଲେ ମହିଳା । ନାଲି ରଙ୍ଗର ଶାଢ଼ୀ ଓ ମୁହଁରେ ମାସ୍କ ପିନ୍ଧିଥିଲେ । କିନ୍ତୁ ସିସିଟିଭିରେ କଏଦ ହୋଇଥିଲା ଚୋରିର ସମସ୍ତ ଦୃଶ୍ୟ ।

ଚୋରି ନେଇ ଅନୁଗୁଳ ଥାନାରେ ଏତଲା ଦେଇଛନ୍ତି ଡାକ୍ତର । ପୋଲିସ ସିସିଟିଭ୍ ତଥ୍ୟ ଆଧାରରେ ଖୋଳତାଡ଼ ଚଳାଇଛି । ସଂପୃକ୍ତ ମହିଳାଙ୍କୁ ଖୋଜା ଚାଲିଛି । ଚୋରି ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ବି ହେଉଛି ।

Leave A Reply

Your email address will not be published.