Latest Odisha News

BREAKING NEWS

ମାତିଲେ ମାଓବାଦୀ, ଟିଆର୍‌ଏସ୍ ନେତାଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଟି.ଆର.ଏସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ଲାଲ୍ ବାହିନୀ । ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ ମୁଲୁଗୁ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ମାଓ ହିଂସା । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଟିଆରଏସ ନେତା ହେଲେ ଭେଙ୍କଟପୁରମ ଥାନା ଅନ୍ତର୍ଗତ ଅଲୁବକା ଗାଁର ଟି.ଆର.ଏସ ନେତା ଏମ. ଭିମେଶ୍ୱର ରାଓ ।

ଶନିବାର ବିଳମ୍ବିତ ରାତିରେ ଛଅ ଜଣ ସଶସ୍ତ୍ର ନକ୍ସଲ ଭିମେଶ୍ୱର ରାଓଙ୍କ ଘରେ ପଶିଥିଲେ । ଏହାପରେ ତାଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ନକ୍ସଲମାନେ ଚାଲିଯିବା ପରେ ପରିବାର ଲୋକେ ଭିମେଶ୍ୱର ରାଓଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା ପର ନକ୍ସଲ ମାନେ ଘଟଣା ସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ସ୍ଥାନୀୟ  ଟି.ଆର.ଏସ ଓ ବିଜେପି ନେତାଙ୍କୁ ହତ୍ୟା ଧମକ ଦିଆଯାଇଛି । ସୂଚନା ପାଇ ତେଲେଙ୍ଗାନା  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.