Latest Odisha News

BREAKING NEWS

୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଅଟକାଇଲେ ଟ୍ରେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ରେନ ଅଟକାଇଲେ ମାଓବାଦୀ। ଗତକାଲି ରାତିରେ ଛତିଶଗଡ ଦାନ୍ତେଓ୍ବାଡା ଠାରେ ମାଓବାଦୀ ମାଲବାହୀ ଟ୍ରେନ ଅଟକାଇଥିଲେ ବୋଲି ସୂଚନା ରହିଛି। ଟ୍ରେନ ଅଟକାଇବା ପରେ ଓ୍ବାକି ଟକି ଲୁଟ୍ କରିନେଇଯାଇଥିବା ସୂଚନା ରହିଛି।

ବଚେଲି ଓ ଭାନସି ମଧ୍ଯରେ ମାଲବାହୀ ଟ୍ରେନକୁ ଅଟକାଇଥିଲେ ମାଓବାଦୀ । ଟ୍ରେନକୁ ଅଟକାଇ ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଘେରି ଯାଇଥିଲେ ବୋଲି ସୂଚନା ରହିଛି। ଏହାପରେ ଡ୍ରାଇଭର ଓ ଗାର୍ଡଙ୍କ ଠାରୁ ଦୁଇ ସେଟ୍ ଓ୍ବାକି ଟକି ଲୁଟି ନେଇଥିଲେ। ପରେ ସାଙ୍ଗରେ ଆଣିଥିବା ବ୍ଯାନର, ପୋଷ୍ଟ ସହ ମାଳ ମାଳ ପାମ୍ଲେଟ ବାଣ୍ଟି ଦେବାକୁ ଲୋକପାଇଲଟ ଏବଂ ଅନ୍ୟମାନଙ୍କୁ କହିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଛତିଶଗଡରେ ୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩ଟି ବନ୍ଧୁକ, ବିସ୍ଫୋରକ ଦ୍ରବ୍ୟ ଓ ମାଓ ସମଗ୍ରୀ ଜବତ କରାଯାଇଛି। ସେହିପରି ମାଲକାନଗିରି ପୋଲିସ୍ ୪ ଜଣ ମାଓବାଦୀଙ୍କୁ ଗିରଫ କରିଥିଲା। ଏଲକନୁର ଓ ଗାଜଲକୋଣ୍ଡା ନିକଟସ୍ଥ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବାବେଳେ  ଏହି ମାଓବାଦୀମାନେ ଧରାପଡିଥିଲେ। ଏ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଥିଲେ। ଗତ ୭ରେ ପୋଲିସ୍ ଇନଫର୍ମର ସନ୍ଦେହରେ ଗାଁର ଡମ୍ବୁରୁ ନାୟକଙ୍କୁ ଏମାନେ ହତ୍ୟା କରିଥିଲେ ବୋଲି ଏସ୍‌ପି ସୂଚନା ଦେଇଥିଲେ।

Leave A Reply

Your email address will not be published.