Latest Odisha News

BREAKING NEWS

ଗୋଲଡେନ୍ ବଏ ନୀରଜଙ୍କୁ ମିଳିଲା ଟେରିଟୋରିଆଲ୍ ଆର୍ମିରେ ଏହି ଦାୟିତ୍ୱ…

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଭାରତୀୟ ସେନା ପକ୍ଷରୁ ଏକ ବଡ଼ ସମ୍ମାନ ପାଇଛନ୍ତି। ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ ‘ଟଲେଫ୍ଟନାଣ୍ଟ କର୍ଣ୍ଣେଲ’ର ସମ୍ମାନଜନକ ଉପାଧି ଦିଆଯାଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ନୀରଜଙ୍କ ନିଯୁକ୍ତି ୧୬ ଏପ୍ରିଲ ୨୦୨୫ ରୁ କାର୍ଯ୍ୟକାରୀ ହୋଇଛି।

ଭାରତ ସରକାରଙ୍କ ପତ୍ରିକା ‘ଗେଜେଟ୍ ଅଫ୍ ଇଣ୍ଡିଆ’ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୀରଜ ଚୋପ୍ରାଙ୍କୁ ସମ୍ମାନିତ କରାଯିବାର ଘୋଷଣା କରାଯାଇଛି। ତାଙ୍କର ପଦବୀ ୧୬ ଏପ୍ରିଲ ୨୦୨୫ ରୁ କାର୍ଯ୍ୟକାରୀ ହୋଇଥିଲା। ଏହା ପୂର୍ବରୁ, ନୀରଜ ଟେରିଟୋରିଆଲ୍ ସେନାରେ ସୁବେଦାର ପଦବୀରେ ଥିଲେ। ଏବେ ତାଙ୍କୁ ପଦୋନ୍ନତି ମିଳିଛି।

ନୀରଜ ପ୍ରଥମ ଥର ପାଇଁ ୨୬ ଅଗଷ୍ଟ ୨୦୧୬ରେ ଭାରତୀୟ ସେନାରେ ନାଏବ ସୁବେଦାର ପଦବୀରେ ଜୁନିଅର କମିଶନଡ୍ ଅଫିସର ଭାବରେ ନାମ ଲେଖାଇଥିଲେ।

ଟେରିଟୋରିଆଲ୍ ଆର୍ମି ତଥା ଆଞ୍ଚଳିକ ସେନା, ମୁଖ୍ୟ ସେନାର ଦ୍ୱିତୀୟ ଧାଡି ଭାବରେ କାର୍ଯ୍ୟ କରେ। ଏହାର ସଦସ୍ୟମାନେ ସାଧାରଣ ଲୋକ ଅଟନ୍ତି । ଯେଉଁମାନେ ଅନ୍ୟ ବୃତ୍ତି ସହିତ ଜଡିତ। ଆଞ୍ଚଳିକ ସେନାର ସଦସ୍ୟମାନଙ୍କୁ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିରେ ତାଲିମ ଦିଆଯାଇଥାଏ ଏବଂ ସାହାଯ୍ୟ ଲୋଡ଼ାଯାଇଥାଏ। ଟେରିଟୋରିଆଲ୍ ସେନାର ମୁଖ୍ୟ କାମ ହେଉଛି ସେନାକୁ ସାହାଯ୍ୟ କରିବା।

ନୀରଜ ବର୍ତ୍ତମାନ ଡାଇମଣ୍ଡ ଲିଗ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ନୀରଜ ୧୬ ମେରେ ଦୋହାରେ ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି।

Comments are closed.