ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଭାରତରେ କେତେକ ଷ୍ଟାର ଆଥଲେଟ ବିଦେଶକୁ ପ୍ରଶିକ୍ଷଣ ଏବଂ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଇ ଫସିଯାଇଛନ୍ତି । ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛି । ତୁର୍କୀରେ ଟ୍ରେନିଂରେ କ୍ୟାମ୍ପରେ ଯୋଗଦେବାକୁ ଯାଇଥିବା ଭାରତର ଜ୍ୟାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ସ୍ୱଦେଶ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ ଥିବା ଶିବପାଲ୍ ସିଂହ ମଧ୍ୟ ଭାରତ ଫେରିବେ ବୋଲି ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତୁର୍କୀରୁ ଆସିବାକୁ ଥିବା ଖେଳାଳି ବୁଧବାର ସକାଳେ ଏବଂ ଦକ୍ଷିଣ ଆଫ୍ରିକାରୁ ଫେରିବାକୁ ଥିବା ଖେଳାଳି ଶନିବାର ଭାରତରେ ପହଞ୍ଚିବେ । ତୁର୍କୀରେ ନୀରଜ ଓ ରୋହିତ୍ ଯାଦବ ଜର୍ମାନୀର ବାୟୋମେକାନିକ୍ ବିଶେଷଜ୍ଞ କ୍ଲସ୍ ବାର୍ଟୋନିଜ ଏବଂ ଫିଜିଓ ଈଶାନ୍ ମରୱାହାଙ୍କ ସହ ଅଭ୍ୟାସ କରୁଥିଲେ। ସେହିପରି ଦକ୍ଷିଣ ଆଫ୍ରିକାରେ ଶିବପାଲଙ୍କ ସହ ଅନ୍ନୁ ରାନୀ, ବିପିନ କାସାନ୍ ଓ ଅର୍ଶଦୀପ ସିଂହ କୋଚ୍ ଉୱି ହନଙ୍କ ସହ ଅଛନ୍ତି।
BREAKING NEWS
- ସାଲେପୁରରୁ ବିଜେଡି ଟିକେଟ ନେବେ ପ୍ରକାଶ !
- ଭାରସାମ୍ୟ ହରାଇ ଖାଇକୁ ଖସିଲା ଭ୍ୟାନ୍; ୧୦ ମୃତ
- କବିତା : ଜର
- ଏପ୍ରିଲ୍ ୪ ରୁ ଜେଇଇ ମେନ୍ ପର୍ଯ୍ୟାୟ-୨ ପରୀକ୍ଷା ଆରମ୍ଭ
- ଡକାୟତି ଯୋଜନା ପଣ୍ଡ, ପୋଲିସ କବଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ
- ଭାଷା ଭାଗବତ : ଚର୍ଚକଗଣ ହଇରାଣ
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତିର ନିଦର୍ଶନ
- ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ
- ବାପା, ମାଆ ସିଟରେ ଲଢ଼ିବେ ପୁଅ