Latest Odisha News

BREAKING NEWS

ନେପାଳରେ ରାଜନୈତିକ ସଙ୍କଟ ଘନେଇଲା, ବିଶ୍ୱାସମତରେ ହାରିଲେ ଓଲୀ

କାଠମାଣ୍ଡୁ: ନେପାଳରେ ଏବେ ରାଜନୈତିକ ସଙ୍କଟ ପୁନର୍ବାର ଘନେଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ସୋମବାର ବିଶ୍ୱାସମତରେ ହାରି ଯାଇଛନ୍ତି । ପୁଷ୍ପକମଳ ଦହଲଙ୍କ ନେପାଳ କମ୍ୟୁନିଷ୍ଟ ପାଟି’ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଅଳ୍ପମତରେ ଥିଲା । ଆଜି ଓଲୀଙ୍କ ବହୁମତ ସାବ୍ୟସ୍ତ କରିବା ଥିଲା । ଯେଉଁଥିରେ କି ସେ ବିଫଳ ହୋଇଛନ୍ତି ।

ସପକ୍ଷରେ ୯୩ ଏବଂ ବିପକ୍ଷରେ ୧୨୪ ଭୋଟ ପଡିଥିଲା । ୧୫ଜଣ ଅନୁପସ୍ଥିତ ଥିଲେ । ବର୍ତମାନ ୨୭୧ ବିଶିଷ୍ଟ ସଂସଦରେ ୨୩୨ ସଦସ୍ୟ ରହିଛନ୍ତି । ଓଲି ହ୍ୱିପ ଜାରୀ କରିଥିଲେ ମଧ୍ୟ ଏହା ତାଙ୍କୁ ବିଶେଷ ଫାଇଦାରେ ରଖି ନ ଥିଲା ।

Leave A Reply

Your email address will not be published.