Latest Odisha News

ଆସନ୍ତାକାଲିଠୁ ରାଜଧାନୀର ଆଉ ୩ଟି ସ୍ଥାନରେ ମିଳିବ ଡ୍ରାଇଭ୍‌ ଇନ୍‌ ଟିକାକରଣର ସୁବିଧା; ଆଜିଠୁ ବୁକିଂ ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜଧାନୀର ଆଉ ତିନୋଟି ନୂଆ ସ୍ଥାନରେ ମିଳିବ ଡ୍ରାଇଭ୍ ଇନ ଟିକାକରଣର ସୁବିଧା। ଏ ନେଇ ବିଏମ୍‌ସି ଆଜି ଘୋଷଣା କରିଛି।

ଏହି ତିନୋଟି ନୂତନ ସ୍ଥାନ ହେଉଛି କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ପାର୍କିଂ ସ୍ଥାନ, ରୁଦ୍ରପୁରର ସିମ୍ଫୋନୀ ମଲରେ ଥିବା ପାର୍କିଂ ସ୍ଥାନ ଏବଂ ପାଟିଆରେ କିଟ୍‌ ବିଶ୍ୱବିଦ୍ୟାଳୟ କ୍ରିକେଟ୍ ଷ୍ଟାଡିୟମ୍।

ବିଏମସି କମିଶନର କହିଛନ୍ତି ଯେ ମେ ୧୧ ରୁ ମେ ୧୫ ପର୍ଯ୍ୟନ୍ତ ମୋଟ ୩୦୦ଟି ସ୍ଲଟ୍ ଉପଲବ୍ଧ ହେବ। ଏଥିପାଇଁ ଆଜି ସନ୍ଧ୍ୟା ୬ଟାରୁ ସ୍ଲଟ୍ ପାଇଁ ବୁକିଂ ଆରମ୍ଭ ହେବ।

ଏହାସହିତ ୪୫ ବର୍ଷରୁ ଅଧିକ ବୟସ୍କ ଯେଉଁମାନେ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି, ସେମାନେ ଏହି କେନ୍ଦ୍ରଗୁଡ଼ିକରେ ଦ୍ୱିତୀୟ ଡୋଜ୍‌ ପାଇଁ ସ୍ଲଟ୍ ବୁକ୍ କରିପାରିବେ ବୋଲି କହିଛନ୍ତି ବିଏମ୍‌ସି କମିଶନର।

Leave A Reply

Your email address will not be published.