Latest Odisha News

BREAKING NEWS

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର

ସୋନପୁର (ପ୍ରକାଶ ଚନ୍ଦ୍ର ବେବର୍ତ୍ତା) : ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର। ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୋନପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପ୍ରଧାନ। ସୋନପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି ରଞ୍ଜିତ ପ୍ରଧାନ।

ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜଣେ ଯୁବତୀ ରଞ୍ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ଅଭିଯୋଗକ୍ରମେ ଥାନାରେ ମାମଲା ଦାୟର ହୋଇଥିଲା। ଏହାପରେ ରଞ୍ଜିତଙ୍କୁ ଉଠାଇଆଣି ପୋଲିସ ଗିରଫ କରିଛି। ପୂର୍ବରୁ ରଞ୍ଜିତ ପୋଲିସ ଡ୍ରାଇଭର ଭାବେ ନବରଙ୍ଗପୁରରେ ଚାକିରି କରୁଥିଲେ। ସେଠାରେ ମଧ୍ୟ ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ। ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରି ଦେବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରି ଦେଇଥିଲେ। ପରେ ସୋନପୁରକୁ ବଦଳି ହୋଇଥିଲା।

କିନ୍ତୁ ଘଷୁରୀ ପ୍ରକୃତି ପଙ୍କରେ ଲୋଟେ ଭଳି ରଞ୍ଜିତଙ୍କ ଚିରତ୍ରରେ ପରିବର୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଦୁଷ୍ଖର୍ମ ଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହି ପୋଲିସ ଡ୍ରାଇଭରଙ୍କୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇଛି।

Leave A Reply

Your email address will not be published.