Latest Odisha News

ଅଲଡୋ ହେଲା କନ୍ୟାରତ୍ନ: ପାଳଗଦା ଭିତରୁ ନବଜାତ ଶିଶୁ ଉଦ୍ଧାର

ଭବାନୀପାଟଣା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ପାଳଗଦା ଭିତରୁ ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଶିଉନି ଗାଁରୁ ନବଜାତକୁ ଉଦ୍ଧାର କରାଯାଇଛି । ଶୌଚ ପାଇଁ ଯାଉଥିବା କିଛି ମହିଳା ଆଜି ସକାଳେ ପାଳଗଦା ଭିତରୁ ଶିଶୁର କାନ୍ଦ ଶୁଣିଥିଲେ ।

ଏହାପରେ ସାମାନେ ଗାଁ ଲୋକହଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଙ୍ଗନବାଡ଼ି ଓ ଆଶାକର୍ମୀ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପାଇଁ ତାକୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଅବାଞ୍ଛିତ ଗର୍ଭ ହେଉ କିମ୍ବା ପ୍ରେମ ଜନିତ କାରଣରୁ କେହି ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଲୋକଲଜ୍ଜାରେ ସେଠାରେ ଫିଙ୍ଗି ଦେଇ ଚାଲି ଯାଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ କୋକସରା ଥାନାକୁ ଖବର ଦେଇଛନ୍ତି ଗାଁ ଲୋକ ।

Leave A Reply

Your email address will not be published.