Latest Odisha News

BREAKING NEWS

ରେଲୱେ ଷ୍ଟେସନରେ ଛେପ ପକାଇଲେ ଭରିବେ ମୋଟା ଅଙ୍କର ଫାଇନ୍

ଭୁବନେଶ୍ୱର: ପୂର୍ବତଟ ରେଳବାଇ ସ୍ୱଚ୍ଛତାକୁ ନେଇ କଠୋର ପଦକ୍ଷେପ ନେଇଛି । ରେଲୱେ ଷ୍ଟେସନ ଓ ତା’ ଆଖପାଖ ଅଂଚଳରେ ଅଳିଆ କରିବା ଓ ଛେପ ପକାଇବା ଉପରେ ୧୦୦ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ନୂଆ ଜରିମାନା ବ୍ୟବସ୍ଥା ଲାଗୁ କରିଛି ।

ଏହି ନୂଆ ଦଣ୍ଡ ବ୍ୟବସ୍ଥା ଷ୍ଟେସନ ଅଧିନରେ ବିଭିନ୍ନ ବର୍ଗ ପାଇଁ ଲାଗୁ କରାଯାଇଛି । ଷ୍ଟେସନ ପରିସରରେ ଅଳିଆ ଆବର୍ଜନା ପକାଇଲେ, ରୋଷେଇ କଲେ, ଥୁକିଲେ, ବାହାରେ ପରିସ୍ରା କଲେ, ଶୌଚ ହେଲେ, ଲୁଗାସଫା କଲେ ଜରିମାନା ଆଦାୟ କରାଯିବ । ଦୋକାନୀମାନେ ଡଷ୍ଟବିନ୍ ନରଖିବା ଓ ୫୦ ମାଇକ୍ରନରୁ କମ୍ ଥିବା ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କରିବା ପାଇଁ ମଧ୍ୟ ଜରିମାନା ଭରିବେ ।

ପୂର୍ବତଟ ରେଳବାଇର ପ୍ରବକ୍ତା କହିଛନ୍ତି, “ମ୍ୟୁନିସିପାଲ ସଲିଡ ୱେଷ୍ଟ ନିୟମ, ୨୦୧୬ ଆଧାରରେ ସ୍ୱଚ୍ଛ ଭାରତ ମିଶନକୁ ନିଶ୍ଚିତ କରିବା ପାଇଁ ରେଲୱେ ପରିସରରେ ନୂଆ ଜରିମାନା ବ୍ୟବସ୍ଥା ଧାର୍ଯ୍ୟ କରାଯାଇଛି । ଏନଜିଟି ନିର୍ଦ୍ଦେଶନାମା ସହିତ ସମସ୍ତ ଷ୍ଟେସନରେ ପ୍ରଦୂଷକ ଦେୟ ନିୟମକୁ କାର୍ଯ୍ୟକାରୀ କରିବାର ଏହା ଏକ ପ୍ରୟାସ ମଧ୍ୟ ।

ଏହି ଦଣ୍ଡ ବ୍ୟବସ୍ଥା ଦୁଇଟି ପ୍ରଣାଳୀରେ ରହିବ ଯଥା-ନନ୍‌-ସବ୍‌-ଅର୍ବାନ(ଏନଏସଜି)-୨, ୩, ଓ ୪ ଷ୍ଟେସନ ପାଇଁ, ଏନଏସଜି-୫,୬ ଓ ପାସେଞ୍ଜର ହାଲ୍ଟ ଷ୍ଟେସନ(ଏଚଜି)ା ଏହି ଦର ଗୁଡିକ ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଓ ୱାଲଟିୟର ଡିଭିଜନ୍ ଅନ୍ତର୍ଗତ ସମସ୍ତ ୩୧୩ଟି ଷ୍ଟେସନରେ ଏକ ସମାନ ରହିବ ।

ଏହି ଜରିମାନା ରାଶି ପୂର୍ବତଟ ରେଳବାଇର ସମସ୍ତ ରେଲୱେ ଷ୍ଟେସନ ଭିତର ଏବଂ ଆଖାପାଖ ଅଂଚଳର ସ୍ୱଚ୍ଛତାକୁ ବଜାୟ ରଖିବାରେ ସାହାଯ୍ୟ କରିବ । ଆରପିଏଫ ଅଧିକାରୀ, ଷ୍ଟେସନ ମାଷ୍ଟର, ଟିଟିଇ ଓ ଅନ୍ୟ ରେଳବାଇ ଅଧିକାରୀଙ୍କୁ ଅପରାଧୀଙ୍କୁ ଧରିବା ଓ ଦଣ୍ଡିତ କରିବା ପାଇଁ ଅଧିକାର ଦିଆଯାଇଛି ।”

ଗତବର୍ଷ ପାଖାପାଖି ୮,୨୩୧ଯାତ୍ରୀଙ୍କ ଠାରୁ ରେଲୱେ ପରିସରରେ ଅଳିଆ କରିବା ଓ ଛେପ ପକାଇବା ପାଇଁ ଜରିମାନା ଆଦାୟ କରାଯାଇଥିଲା ।

Leave A Reply

Your email address will not be published.