Latest Odisha News

BREAKING NEWS

ଜାଣନ୍ତୁ, ଭୁବନେଶ୍ୱରର ଏହିସବୁ ସ୍ଥାନରେ ଆସନ୍ତାକାଲି ହେବ ବିଦ୍ୟୁତ କାଟ…

ଭୁବନେଶ୍ୱର: ଓଡ଼ିଶାର ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ବୈଦ୍ୟୁତିକ ମରାମତି କାର୍ଯ୍ୟ ଲାଗି ଆସନ୍ତାକାଲି ମଙ୍ଗଳବାର ଦିନ ଭୁବନେଶ୍ୱରର କିଛି ସ୍ଥାନ ମାନଙ୍କରେ ବିଦ୍ୟୁତ ସରବରାହ ବନ୍ଦ ରହିବ ।

ଭୁବନେଶ୍ୱର ସହରାଞ୍ଚଳ

ଦିନ ୯ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ: ଗୁଞ୍ଜନ ପ୍ୟାଲେସ, କୋର୍ଟ ନିକଟବର୍ତ୍ତୀ ଆହାର କେନ୍ଦ୍ର ପଛପାଖ, ଗୌତମ ନଗର, ରଥ ରୋଡ଼ ଏବଂ ବିବେକାନନ୍ଦ ନଗର ।

ଦିନ ୧୦ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ: କେଦାର ଲେନ, ମହତାବ ରୋଡ଼, ହାଟସାହି, ତାରାସୁନ୍ଦରୀ ରୋଡ଼, ଆନ୍ନି ହାଉସ୍ ଛକ, ପଳାସପୁରଶାସନ, ଗୋପୀନାଥପୁର, ଧଉଳୀ ରୋଡ଼, କଲ୍ୟାଣପୁର, ଇଟିପୁର, ଉତ୍ତରା ଏବଂ କେଇସି ।

ଭୁବନେଶ୍ୱର ଗ୍ରାମାଞ୍ଚଳ

ଦିନ ୯ଟା ଠାରୁ ଦିନ ୪ଟା ପର୍ଯ୍ୟନ୍ତ: ତ୍ରିନାଥ ବଜାର, ମହିଧରପଡ଼ା, ଡିପିଏସ, ସାତୋଳ ନଗରୀ ଏବଂ ତୀରଣପଡ଼ା ।

Leave A Reply

Your email address will not be published.