ଭୁବନେଶ୍ବର:ରେଳବାଇ ସୁରକ୍ଷା ପାଇଁ ନୂଆ ରଣନୀତି । ପ୍ରଥମ ଥର ପାଇଁ ତାଲିମପ୍ରାପ୍ତ କୁକୁରଙ୍କ ଦେହରେ ଲଗାଗଲା କ୍ୟାମେରା । ରେଳବାଇ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ଥିବା ଆର.ପି.ଏଫ କୁକୁର ବ୍ୟବାହର କରିବେ ବଡି କ୍ୟାମେରା । ଦେହରେ ପ୍ରଥମ ଥର ପାଇଁ ଲାଗିଲା ଗୋ ପ୍ରୋ କ୍ୟାମେରା । ଇଂଭେଷ୍ଟିକେସନ ଏବଂ ଡିଟେକ୍ସନ ପାଇଁ କାର୍ଯ୍ୟକାରୀ ହେବ ବଡ଼ି କ୍ୟାମେରା ।
ରେଲୱେ ପ୍ଳାଟଫର୍ମର ବିଭିନ୍ନ ଅପହଞ୍ଚ ଓ ଅନ୍ଧାରିଆ ଜାଗା ମଧ୍ୟରେ ଯାଞ୍ଚ କରିବାରେ ସହାୟତା ହେବ ଏହି ଗୋ ପ୍ରୋ କ୍ୟାମେରା । ପ୍ରଥମ କରି ଖୋର୍ଦ୍ଧା ଡିଭିଜନ ପାଇଁ ୫ଟି ତାଲିମ ପ୍ରାପ୍ତ କୁକୁରଙ୍କ ଦେହରେ ଏହି ହାଇ ରିଜ୍ୟୁଲେସନ କ୍ୟାମେରା ଲଗା ଯାଇଥିବା ବେଳେ ଆଗକୁ ସବୁ ଡିଭିଜନରେ ବ୍ୟବହାର କରାଯିବ ।ଆଗକୁ ଆହୁରି ୧୫୦୦ଟି କ୍ୟାମେରା ଲଗାଯିବ ବୋଲି ସୂଚନା ମିଳିଛି ।
ଯେଉଁ ସ୍ଥାନରେ ସୁରକ୍ଷାକର୍ମୀ ପହଞ୍ଚି ପାରିବେନି ସେଠାରେ ତୃତୀୟ ନୟନ ଭାବେ କାର୍ଯ୍ୟ କରିବ କୁକୁର ଦେହରେ ଲାଗିଥିବା ଏହି କ୍ୟାମେରା । ମୋବାଇଲରେ କ୍ୟାମେରାକୁ ଅପରେଟ୍ କରିହେବ । କଣ୍ଟ୍ରୋଲ୍ ସେଣ୍ଟରରେ ବସି ମନିଟର କରିହେବ ।
ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଅନେକ ସମୟରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ ଏବଂ ଅପରାଧୀଙ୍କୁ ଧରିବାରେ ବଡ଼ ଭୂମିକା ଗ୍ରହଣ କରୁଛି ଡଗ୍ ସ୍କ୍ବାଡ୍। ଏବେ ୧୭ଟି ଡଗ୍ ସ୍କ୍ବାଡ୍ ଏଗୁଡ଼ିକୁ ରହିଛି । ଏମାନଙ୍କୁ ରାତ୍ରୀକାଳୀନ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି । ଆଗକୁ ଆହୁରି ୧୮ଟି ନୂଆ ସ୍କ୍ବାଡ୍ ଆସିବାର ଯୋଜନା ରହିଛି ।
