Latest Odisha News

BREAKING NEWS

ରଜରେ ରିଲିଜ୍ ହେଲା ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’

ଭୁବନେଶ୍ୱର: ରଜ ଅବସରରେ ରିଲିଜ୍ ହେଲା ଅନୁଭବଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମ, ରୋମାନ୍ସ, ସସପେନ୍ସ ଓ ଫାଇଟ୍ ରହିଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ନିର୍ମିତ ହୋଇଛି ଏହି ଫିଲ୍ମ । ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ଙ୍କ ଫିଲ୍ମ ରିଲିଜ୍ ହୋଇଥିବାରୁ କଟକସ୍ଥିତ ସଙ୍ଗମ ସିନେମା ହଲ୍‌ରେ ପ୍ରବଳ ଭିଡ ସହ ଟ୍ରାଫିକ ଜାମ୍ ହୋଇଥିଲା । ଏହି ସମୟରେ ଅନୁଭବଙ୍କ ସହିତ ତାଙ୍କର ଦୁଇ ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା, ଅଭିନେତା ସରୋଜ, ଦେବେନ୍ଦ୍ର ଜଗଦଲ୍‌,ସୁରଜ ମହାନତା,ନିର୍ଦ୍ଦେଶକ ତାପସ ସରଘରିଆ,ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, ଗୀତିକାର ଡଃ ନିର୍ମଳ ନାୟକ,ଆମର ମ୍ୟୁଜିକ ଓଡିଶା ହେଡ୍ ଦେବାଶିଷ ପଣ୍ଡା , କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଫିଲ୍ମ ଓଡ଼ିଶାର ୬୩ଟି ପ୍ରେକ୍ଷାଳୟରେ ୧୮୦ ରୁ ଉର୍ଦ୍ଧ୍ୱ ଶୋ ଚାଲିଛି ।

ତାପସ ସରଘରିଆ ନିଜେ ଫିଲ୍ମର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ୱର ସଜାଇଛନ୍ତି ବୈଦ୍ୟନାଥ ଦାଶ, ଅସଦ ନିଜାମ,ବିନୟ ରଥ ଓ ସୋମେଶ ଶତପଥୀ । କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ଓ ସ୍ମୃତିକା କଣ୍ଠଦାନ କରିଛନ୍ତି ।

ଏହି ଫିଲ୍ମ ଗତ ୯ ତାରିଖରେ ରିଲିଜ୍ ହେବାର ଥିଲା । ହେଲେ ବାହାନଗା ଟ୍ରେନ ଟ୍ରଜେଡି ରେ ପୀଡିତଙ୍କୁ ସମ୍ମାନ ଜଣାଇ ଏହାକୁ ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଆଉ ଫିଲ୍ମର ଲାଭାଂଶର ୧୦ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି ।

 

Leave A Reply

Your email address will not be published.