Latest Odisha News

ଆସୁଛି ନୂଆ ଓଡିଆ ଫିଲ୍ମ ‘ଅପରେସନ ଅପହରଣ’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ”ଅପରେସନ ଅପହରଣ’ । ଏସ ଥ୍ରୀ ମୁଭିଜ କ୍ରିଏସନ, ଶୁଭଶ୍ରୀ ଫିଲ୍ମସ ଇନିସିଏଟିଭ ଏବଂ ଓଁ ମାଆ କାଳୀ ଫିଲ୍ମସର ମିଳିତ ସହଯୋଗରେ ନିର୍ମିର୍ତ ହେଉଛି ଏହି ଫିଲ୍ମ । ସମରେଶ ରାଉତରାୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ନାୟକ ଆକାଶ ଦାସ ନାୟକ ଥିବା ବେଳେ ନାୟିକା ତମନ୍ନା ଅଛନ୍ତି । ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଅମ୍ରିତା ସେନଗୁପ୍ତା । ଅମିତ ତାଳୁକଦାର, ଅମ୍ରିତା ସେନଗୁପ୍ତା, ଦିପଞ୍ଜନ ମୁଖାର୍ଜୀ ଏବଂ ଆଶୁତୋଷ ସାହୁ ଚିତ୍ରନାଟ୍ୟ ରଚନା କରିଥିବା ବେଳେ ସଂଳାପ ଲେଖିଛନ୍ତି ଅମିତ ତାଳୁକଦାର । ସେହିପରି ଡିଓପି ସୌରଭ ବାନାର୍ଜୀ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁନ୍ତଲ ଦେ ।

BjdElectrycity

ଫିଲ୍ମଟି ଭିନ୍ନ ଧରଣର କାହାଣୀ ଉପରେ ତିଆରି ହୋଇଥିବା ବେଳେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏଥିରେ ସସପେନ୍ସ ରହିଛି । ତେଣୁ ଏହା ସବୁବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି । ଦୀର୍ଘ ଦିନ ବ୍ୟବଧାନରେ ସିନେ ଦର୍ଶକ ଆକାଶ ଏବଂ ତମନ୍ନାଙ୍କ ଅନସ୍କ୍ରିନ୍ ଯୋଡି ଦେଖିବାକୁ ପାଇବେ ।
ବୁଧବାର ଭୁବନେଶ୍ୱରର ଏକ ହୋଟେଲରେ ଏହି ଫିଲ୍ମର ଟାଇଟେଲ ଘୋଷଣା ହୋଇଯାଇଛି । ଏଥିରେ ପ୍ରଯୋଜକ ସମରେଶ ରାଉତରାୟ, ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ପ୍ରେମଲତା ରାଉତରାୟ ଏବଂ ମିନାକ୍ଷୀ ମିଶ୍ରଙ୍କ ସମେତ ନିର୍ଦ୍ଦେଶକ ଅମିତ ତାଳୁକଦାର, ଅଭିନେତା ଆକାଶ ଦାସ ନାୟକ, ପୃଥ୍ୱୀରାଜ, ଅଭିନେତ୍ରୀ ତମନ୍ନା, ଉଷସୀ ମିଶ୍ର, ସୋଫିଆ ଆଲାମ, ପ୍ରିୟଙ୍କା ପାଣିଗ୍ରାହୀ, ଆଲିଆ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.