Latest Odisha News

BREAKING NEWS

ଭୁବନେଶ୍ୱର ରାସ୍ତାକଡରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁପୁତ୍ର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଶାସ୍ତ୍ରୀ ନଗର ଅଞ୍ଚଳରୁ ସୋମବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିର କାନ୍ଦ ଶୁଣି ତାକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ ନବଜାତକକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । କ୍ୟାପିଟାଲ୍ ହସ୍ପିଟାଲରେ ଭେଣ୍ଟିଲେଟର ନଥିବାରୁ ଉକ୍ତ ଶିଶୁକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିବା ନେଇ ଡାକ୍ତର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.