Latest Odisha News

BREAKING NEWS

ଆଜିଠୁ ମ୍ୟାଟ୍ରିକ୍ ପରିକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରିକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଛି ।

ଏହି ଖାତା ମୂଲ୍ୟାଙ୍କନ ପ୍ରକ୍ରିୟାରେ ବାର୍ଷିକ ମଧ୍ୟମା (ସଂସ୍କୃତ) ଏବଂ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ସାମିଲ ରହିଛି ।

ମୂଲ୍ୟାଙ୍କନ ପ୍ରକ୍ରିୟାରେ ୭୬୧ ମୁଖ୍ୟ ପରୀକ୍ଷକ, ୧୪୮୨ ଉପ ମୁଖ୍ୟ ପରୀକ୍ଷକ, ୧୨,୨୬୫ ସହାୟକ ପରୀକ୍ଷକ ଏବଂ ୧୫୨୨ ସ୍କୁଟିନିଜର୍ ସମେତ ପ୍ରାୟ ୧୬,୦୩୦ ଟିଚିଂ ଷ୍ଟାଫ୍ ମଧ୍ୟ ସାମିଲ ରହିଛନ୍ତି ।

ଆହୁରି ମଧ୍ୟ ୬୦ଟି କେନ୍ଦ୍ର ମଧ୍ୟରୁ ୫୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ଓ ୧୦ଟି କେନ୍ଦ୍ରରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଏହି ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଏପ୍ରିଲ୍ ୫ ତାରିଖ ବେଳକୁ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.