Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ନବ ନିର୍ବାଚିତ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆହତ

ଭୁବନେଶ୍ୱର: ନବ ନିର୍ବାଚିତ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକ ନିକଟରେ ସୌଭିକ ବିଶ୍ୱାଳଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିବାର ଖବର ମିଳିଛି ।

ସୌଭିକ ଓ ତାଙ୍କର ବନ୍ଧୁ କାରରେ ଯାଉଥିବା ବେଳେ କାରଟି ହଂସପାଳ ନିକଟରେ ଏକ ଓଲା କାର୍ ସହିତ ଦୁର୍ଘଟଣାର ଶୀକାର ହୋଇଛି । ଏହି କାରଟିକୁ ସୌଭିକଙ୍କ ବନ୍ଧୁ ଚଳାଉଥିଲେ ।

ଏଠାରେ ସୂଚନାଯୋଗ୍ୟ, ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁତ୍ର ସୌଭିକ ବିଶ୍ୱାଳ ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏହି ଆସନରେ ଛିଡ଼ା ହୋଇ ନଥିଲେ, ତାଙ୍କର ପୁଅ ସୌଭିକ ବିଜେଡ଼ି ଟିକଟରେ ଏହି ଆସନରେ ପ୍ରାର୍ଥୀ ହେବାସହିତ ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.