Latest Odisha News

BREAKING NEWS

କଥା ରଖିଲେ ନବୀନ, ଶପଥ ଗ୍ରହଣ ଉତ୍ସବ ଲାଗି ମୋଦୀଙ୍କୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ (ମେ’ ୨୯) ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ଦଳ ପକ୍ଷରୁ ପ୍ରଦାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ଯୋଗ ଦେବାକୁ ନିମନ୍ତ୍ରୀତ କରାଯାଇଥିବା ସୂଚନା ମିଳିଛି ।

ନରେନ୍ଦ୍ର ମୋଦୀ କ୍ରମାଗତ ଦ୍ୱିତୀୟଥର ଲାଗି ମେ’ ୩୦ ତାରିଖ ଦିନ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ନିମନ୍ତ୍ରଣର ପ୍ରାସଙ୍ଗୀକତା ଏବେ ଆଲୋଚନାର ପରିସରକୁ ଆସିବା ସ୍ୱାଭାବିକ, କାରଣ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ସମୟରେ ଏହି ଦୁଇ ନେତାଙ୍କ ମଧ୍ୟରେ ଦିଆଯାଇଥିବା ଶପଥ ଗ୍ରହଣ ଉତ୍ସବରେ ପରସ୍ପରକୁ ନିମନ୍ତ୍ରଣ କରିବାର ଟିପ୍ପଣୀ ସେତେବେଳେ ରାଜନୈତିକ ଉଷ୍ମତାକୁ ଦ୍ୱିଗୁଣିତ କରିଥିଲା । ନବୀନ ଏକ ନିର୍ବାଚନୀ ପ୍ରଚାରରେ କହିଥିଲେ, ନିର୍ବାଚନ ଜିତିବାପରେ ଶପଥ ଗ୍ରହଣ ଉତ୍ସବ ଳାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ ।

ନିର୍ବାଚନରେ ବିଜୟ ହାସଲ କରିବାର ନିଶ୍ଚିତ ହେବାପରେ ଏବଂ ଦୃଢ ଆଶା ପୋଷଣ କରିବା ପରେ ନବୀନ ବାଲେଶ୍ୱରର ବସ୍ତା ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ବିଜେଡ଼ି ସରକାରର ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହିତ ନିମନ୍ତ୍ରଣ କରୁଛି ।

ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଓଡ଼ିଶାର ୧୪୭ଟି ଆସନ ମଧ୍ୟରୁ ୧୧୨ଟି ଆସନରେ ବିପୁଳ ବିଜୟ ହାସଲ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଛି ।

ପୂର୍ବରୁ ନୂତନ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ କେବଳ ରାଜଭବନ ପରିସରରେ ଅନୁଷ୍ଠିତ ହୋଇଆସୁଥିଲା । ଏଥର କିନ୍ତୁ ଏହି ବିଡ଼ିଏ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଡ଼ିଏ ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଏହି ଶପଥ ଗ୍ରହଣ ଉତ୍ସବରେ ବହୁ ସଂଖ୍ୟାରେ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ର ମହିଳା ସଦସ୍ୟାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମଥର ଲାଗି ରାଜଭବନ ପରିସର ବ୍ୟତୀତ ଅନ୍ୟ ସ୍ଥାନରେ ଏହି ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଉତ୍ସବକୁ ବିଜେଡ଼ିର ସମସ୍ତ ନେତାଙ୍କ ସମେତ ଅନ୍ୟ ଦଳଗୁଡ଼ିକର ସମସ୍ତ ବରିଷ୍ଠ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.