ସାଧାରଣତଃ ନିଜ ନିଜର ବିବାହକୁ ସ୍ମରଣୀୟ ରଖିବାକୁ କିଏ କେତେ କ’ଣ କରିଥାନ୍ତି । ଏଥିଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଏମିତି ଏକ ନବଦମ୍ପତି ଯିଏ ନିଜ ବିବାହ ଉତ୍ସବର ଖର୍ଚ୍ଚକାଟ କରିବାକୁ ଯାଇ ଏକ ଭିନ୍ନ ଉପାୟ ଅବଲମ୍ବନ କରିଥିଲେ । ଅତିଥିଙ୍କ ପାଖରେ ଏକ ସର୍ତ୍ତ ରଖିଥିଲେ ଯେ, ବିବାହ ଉତ୍ସବକୁ ଯିଏ ଆସିବେ, ତାଙ୍କୁ ସାଙ୍ଗରେ ଘରୁ ଖାଦ୍ୟ ଧରି ଆସିବାକୁ ହେବ । ଏହା ଶୁଣିଲେ ହୁଏତ ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । କିନ୍ତୁ ଏଭଳି ଘଟଣା ଘଟିଛି ଆମେରିକାରେ ।
ଆମେରିକାର ଯୁବକ ଶେଲବିି ଫିଲିପ୍ସ । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗାରେଟ୍ଙ୍କ ସହ ବିବାହ ଠିକ୍ ହେଲା । ନିଜ ବିବାହ ଉତ୍ସବରେ ଖର୍ଚ୍ଚ କାଟ କରିବାକୁ ଯାଇ ସେ ଏକ ଉପାୟ ଅବଲମ୍ବନ କଲେ । ବାହାଘରକୁ ନିମନ୍ତ୍ରଣ କରିଥିବା ସମସ୍ତ ଅତିଥିଙ୍କୁ ସାଙ୍ଗରେ ଖାଦ୍ୟ ନେଇ ଆସିବାକୁ ନିମନ୍ତ୍ରଣପତ୍ରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଫିଲିପ୍ସ କହିଛନ୍ତି, ଏଭଳି ନିମନ୍ତ୍ରଣ କରିବା ଉଦ୍ଦେଶ୍ୟ ଖର୍ଚ୍ଚ କାଟ । ଆଜିକାଲି ବ୍ରିଟେନରେ ଗୋଟିଏ ବିବାହ କରିବାକୁ ହେଲେ ପ୍ରାୟ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସେ ଫଟୋଗ୍ରାଫର, ପୋଷାକ, ଫୁଲ ଏବଂ ଭୋଜିରେ ଖର୍ଚ୍ଚ କାଟ କରିଛନ୍ତି । ଏମିତି କି ନିମନ୍ତ୍ରିତ ସମସ୍ତ ଅତିଥି ଦମ୍ପତିଙ୍କ ଉଦ୍ୟମରେ ସହମତି ପ୍ରକାଶ କରିଥିଲେ । ଦମ୍ପତ୍ତିଙ୍କ ଏହି ଅନୁରୋଧକୁ ରକ୍ଷା କରି ବିବାହ ଭୋଜିକୁ ଆସିଥିବା ସମସ୍ତ ଅତିଥି ନିଜ ଘରୁ ଖାଦ୍ୟ ମଧ୍ୟ ଧରି ଆସିଥିଲେ । ଉଭୟ ବରକନ୍ୟାଙ୍କ ପକ୍ଷରୁ ମାତ୍ର ୨୫ ଜଣ ଅତିଥି ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ସେମାନଙ୍କ ବିବାହରେ ମାତ୍ର ୪୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି । ବିବାହ ଉତ୍ସବରେ ପିନ୍ଧିଥିବା ଡ଼୍ରେସକୁ ସେ ସେକେଣ୍ଡ ହ୍ୟାଣ୍ଡ ଦୋକାନରୁ କିଣିଥିବା ବେଳେ ଫଟୋଗ୍ରାଫି ତାଙ୍କର ଜଣେ ସାଙ୍ଗ କରିଥିଲେ । ଏଣୁ ବିବାହ ଖର୍ଚ୍ଚର୍କୁ ସିମୀତ ରଖିବା ପାଇଁ ସେ କରିଥିବା ଉଦ୍ୟମ ସଫଳ ହୋଇଛି ବୋଲି ନିଜେ ଆତ୍ମସନ୍ତୋଷ ଲାଭ କରିଛନ୍ତି ଫିଲିପ୍ସ ।
BREAKING NEWS
- ବନ୍ୟା ପ୍ରଭାବିତ ୩ ଜିଲ୍ଲା ଗସ୍ତ କରିବେ ୪ ଆଇଏଏସ୍: ମନ୍ତ୍ରୀ
- କାମ ଦେଲାନି ଭ୍ୟାକ୍ସିନ୍ ! ୩୦ ବର୍ଷରେ ନ୍ୟୁୟର୍କରେ ହାଡଫୁଟିରେ ପ୍ରଥମ ମୃତ୍ୟୁ ସୂଚନା
- ଛତୁ ପାଇଁ ଆଳୁ ନଷ୍ଟ ! ଶୀତଳ ଭଣ୍ଡାରରେ ପଚିଗଲା ୩ହଜାର କୁଇଂଟାଲ ଆଳୁ, ଅବହେଳାରୁ ଚିନ୍ତାରେ ଚାଷୀ
- ପୁଣି ବିବାଦରେ ଫସିଲେ ଆଇପିଏସ ସୁଶାନ୍ତ ନାଥ, ଡ୍ରଗ୍ସ ଜନିତ ସାଂଘାତିକ ଅଭିଯୋଗ…
- ତ୍ରିପୁରା ସୀମାନ୍ତରେ BSF ଜବାନଙ୍କୁ ଆକ୍ରମଣ ଓ ଅସ୍ତ୍ର ଛଡ଼ାଇବା ଘଟଣା: ୮ ଜଣ ଗିରଫ
- ଉତ୍କଳ ବିଶ୍ବବିଦ୍ୟାଳୟର ମିଡ୍-ସେମେଷ୍ଟର ପରୀକ୍ଷା ସ୍ଥଗିତ
- Dipak Samantarai: ଆଉ ନାହାନ୍ତି ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ଦୀପକ ସାମନ୍ତରାୟ, କଟକ ଐତିହ୍ୟର ଅନନ୍ୟ ସାଧକଙ୍କୁ ହରାଇଲା ଓଡ଼ିଶା
- Rural India’s Reality: କେବେ ସରିବ ଏ ଦୁଃଖ? ୧୨ ବର୍ଷର ଅସୁସ୍ଥ ଝିଅକୁ କାନ୍ଧରେ ବୋହି ୭ କିମି ଚାଲିଲେ ମାଆ…
- ୟୁକ୍ରେନର ମାନବୀୟ ସହାୟତା କେନ୍ଦ୍ର ଉପରେ ଋଷର ଭୟାବହ ବୋମା ବିସ୍ପୋରଣ: ୨୬ ମୃତ, ବହୁ ଆହତ
- ଇରାନର କ୍ୱେଶମ୍ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ
Comments are closed.