Latest Odisha News

BREAKING NEWS

ରାମେଶ୍ଵରମ୍ କେଫ୍ ବିସ୍ଫୋରଣ ମାମଲା, ଏନଆଇଏ ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଅଭିଯୁକ୍ତର ମୁହଁ । କିଛି ଦିନ ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁର ପ୍ରସିଦ୍ଧ ରମେଶ୍ୱରମ୍ କାଫେରେ ଘଟିଥିବା ବିସ୍ଫୋରଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ହାତରେ ଲାଗିଛି ବଡ ତଥ୍ୟ । ଏହି ମାମଲାରେ ସନ୍ଦିଗ୍ଧଙ୍କ ଚେହେରା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି । ବର୍ତ୍ତମାନ ଟିମ୍ ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଦେଇଛି । ଏହା ବ୍ୟତୀତ ସନ୍ଦିଗ୍ଧଙ୍କ କିଛି ସହଯୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

ଏନଆଇଏ ଦ୍ୱାରା ପ୍ରକାଶିତ ହୋଇଥିବା ନୂତନ ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କୁ ବିନା ଟୋପିରେ ଦେଖିବାକୁ ମିଳିଛି । ତଦନ୍ତ ବେଳେ ଏଜେନ୍ସି ଜାଣିବାକୁ ପାଇଛି ଯେ, ବିସ୍ଫୋରଣ ଘଟିଥିବା ଦିନ ସନ୍ଧ୍ୟାରେ ବେଲାରୀ ବସ୍ ଷ୍ଟାଣ୍ଡର ସିସିଟିଭିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରାଯାଇଛି। ସେଠାରୁ ସେ ଏକ ଅଟୋ ଭଡା କରି ସହର ଭିତରକୁ ଯାଇଥିଲେ । ଏହା ସହିତ ୨ଜଣ ଲୋକଙ୍କ ସହ ସେ କଥା ହଉଥିବା ମଧ୍ୟ ସିସିଟିଭିରେ ଦେଖିବାକୁ ମିଳିଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଦୁଇ ଜଣ ବ୍ୟକ୍ତି କଲବୁର୍ଗୀ (ଗୁଲବର୍ଗା) ର ବୋଲି କୁହାଯାଉଛି। ଦୁହେଁ ବେଲାରୀରୁ କଲବୁର୍ଗୀ ବସ୍ ନମ୍ବର KA 32 F 1885 ରେ ଯାତ୍ରା କରିଥିଲେ | ସେଥିମଧ୍ୟରୁ ଗୋଟିଏ କଲବୁର୍ଗୀର ରାମ ମନ୍ଦିର ସର୍କଲରେ ଓହ୍ଲାଇଥିଲା । ଅନ୍ୟଜଣେ ସିଟି ବସ୍ ଷ୍ଟାଣ୍ଡକୁ ଯାଇଥିଲେ। ଏନଆଇଏ ଟିମ୍ ବର୍ତ୍ତମାନ କଲବୁର୍ଗୀରେ ପହଞ୍ଚି ବସଷ୍ଟାଣ୍ଡ ସମେତ ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ସ୍ଥାନର ସିସିଟିଭି ଯାଞ୍ଚ କରୁଛି ।

Leave A Reply

Your email address will not be published.