Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ହୋଲି ଭେଟି; ସରକାରୀ କର୍ମଚାରୀଙ୍କ ବଢ଼ାଇଲେ ୪% ମହଙ୍ଗା ଭତ୍ତା

ଲକ୍ଷ୍ନୌ: ହୋଲି ପୂର୍ବରୁ ୟୁପି ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର । କେନ୍ଦ୍ର ସରକାରଙ୍କ ପରେ ବର୍ତ୍ତମାନ ଯୋଗୀ ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଜାନୁୟାରୀ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।

ମହଙ୍ଗା ଭତ୍ତା ବୃଦ୍ଧିରେ ପ୍ରାୟ ୧୦ ଲକ୍ଷ ସରକାରୀ କର୍ମଚାରୀ, ୮ ଲକ୍ଷ ଶିକ୍ଷକ ଏବଂ ୧୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଅର୍ଥ ବିଭାଗ ତରଫରୁ ଏହାକୁ ଅନୁମୋଦନ ଦିଆଯାଇ ସାରିଛି । ସୋମବାର ଅର୍ଥାତ୍ ଆଜି ଏନେଇ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯିବ ବୋଲି ଆଶା କରାଯାଉଛି । ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବାପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟସରକାର ୩୧୪କୋଟି ବହନ କରିବେ ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର କେନ୍ଦ୍ର ସରକାର କେନ୍ଦ୍ରିୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ ।

Leave A Reply

Your email address will not be published.