Latest Odisha News

BREAKING NEWS

ନିମାପଡ଼ାରେ ରାଜନୈତିକ ହିଂସା: ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ, ଥାନା ଆଗରେ ବିଜେପିର ଧାରଣା

ପୁରୀ: ନିମାପଡ଼ାରେ ରାଜନୈତିକ ହିଂସା । ତେରୁଣ୍ଡିଆରେ ପିପିଲି ବିଧାୟକଙ୍କ ଗାଡ଼ିକୁ ଠେଲାପେଲା ସହ ଢ଼େଲା ମାଡ଼ ଅଭିଯୋଗ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖିଛି ନିମାପଡ଼ା ପୋଲିସ । ଆସନ୍ତା ଜୁନ ୧ରେ ନିମାପଡ଼ା ଓ କାକଟପୁର ବିଧାନସଭା ଆସନରେ ହେବାକୁ ଯାଉଛି। ଏହାରି ଭିତରେ ନିମାପଡ଼ାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବିଜେପିର କିଛି ନେତା ଓ କର୍ମୀ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗତକାଲି ସନ୍ଧ୍ଯାରେ ରୁଦ୍ର ତମ୍ପାଳ ପଞ୍ଚାୟତରେ ନିଜ କାର୍ଯ୍ୟ ସାରି ତେରୁଣ୍ଡିଆ ଦେଇ ଫେରୁଥିବା ବେଳେ କିଛି ବିଜେପି କର୍ମୀ ଟର୍ଚ୍ଚ ମାରି ଗାଡ଼ି ଆଗକୁ ଆସିଥିଲେ। ସମ୍ପୂର୍ଣ୍ଣ ଯୋଜନା ମୁତାବକ ଗାଡ଼ି ପାଖକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଗାଡ଼ିର କାଚ ଭାଙ୍ଗିବାକୁ ଉଦ୍ଯମ କରିଥିଲେ। ଜୀବନ ପ୍ରତି ବିପଦ ଥିବାରୁ ସେଠାରୁ ଗାଡ଼ି ନେଇ ଆସିବାବେଳେ ଢେଲାପଥର ଫୋପାଡ଼ିଥିଲେ ବିଜେପି କର୍ମୀ। ଏପରିକି ରାସ୍ତା ସାରା ବିଭିନ୍ନ ସ୍ଥାନରେ ଛକି ରହି ପଥର ଫିଙ୍ଗିଥିଲେ। ବାଇକରେ ମଧ୍ୟ ପିଛା କରି ଆକ୍ରମଣ କରିଥିଲେ। ରୁଦ୍ରପ୍ରତାପଙ୍କ ଗାଡ଼ି ସହ ସାଙ୍ଗରେ ଥିବା ୪ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି।

ତେରୁଣ୍ଡିଆ ପଞ୍ଚାୟତର ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କର ନିର୍ଦ୍ଦେଶରେ ବିଜେପି କର୍ମୀମାନେ ଏଭଳି ଆକ୍ରମଣ କରିଛନ୍ତି। ପ୍ରଭାତୀ ପରିଡ଼ା ଓ ନିକଟରେ ବିଜେପିରେ ମିଶିଥିବା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ପ୍ରରୋଚନାରେ ତାଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ବିଧାୟକ ମହାରଥୀ ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ଆକ୍ରମଣ ଖବର ଶୁଣି ପିପିଲି ନିର୍ବାଚନମଣ୍ଡଳୀର ବହୁ ବିଜେଡି ନେତା ଓ କର୍ମୀ ନିମାପଡ଼ା କୋର୍ଟ ଛକରେ ଏକତ୍ରିତ ହୋଇଛନ୍ତି। ଏହି ଘଟଣାରେ ନିମାପଡ଼ା ଥାନା ପୋଲିସ ବିଜେପିର ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷେ ଦୁଇ ଜଣଙ୍କୁ ଛାଡିବା ଦାବିରେ ବିଜେପି ନେତା ଓ କର୍ମୀ ନିମାପଡ଼ା ଥାନା ଆଗରେ ଧାରଣା ଦେଇଛନ୍ତି।

Leave A Reply

Your email address will not be published.